ପିପିଲିରେ କଂଗ୍ରେସର ଦମ ଦେଖାଇଲେ ରାଜା
ପୁରୀଜିଲ୍ଲା ପିପିଲି ରେ କଂଗ୍ରେସ ର ଦମ ଦେଖାଇଲେ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ରାଜା l ରାଜା କଂଗ୍ରେସ ର ମିଶ୍ରଣ ପର୍ବ ରେ ପାଞ୍ଚ ହଜାରରୁ ଉର୍ଦ୍ଧ କର୍ମୀଙ୍କୁ ନେଇ କଂଗ୍ରେସ ଦଳରେ ମିଶିଥିଲେ l ପୁରୀଜିଲ୍ଲା ଜାତୀୟ କଂଗ୍ରେସ ସଭାପତି ରାଜେଶ ମିଶ୍ରଙ୍କ ସଭାପତିତ୍ୱ ରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ ସହପ୍ରବାରୀ, ବିଧାୟକ ତାରାପ୍ରସାଦ ବାହିନୀପତି, ସୁର ରାଉତରାୟ, ସତ୍ୟବ୍ରତ ପାତ୍ର, ଦେବାଶିଷ ପଟ୍ଟନାୟକ ଏବଂ ରାଜାଙ୍କ ସହିତ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଏକ ବିରାଟ ଶୋଭାଯାତ୍ରା ରେ ଆସି ପିପିଲି କଂଗ୍ରେସ ଭବନ ଠାରେ ପହଁଞ୍ଚି ପୂର୍ବତନ ବିଧାୟକ ସ୍ବର୍ଗତ କେଦାର ସାମନ୍ତରାୟଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସ ଭବନର ନୂତନ ଗୃହ ପ୍ରତିଷ୍ଠା କରି ସଭାସ୍ଥଳ ରେ ପହଞ୍ଚିଥିଲେ l ସେଠାରେ ଜିଲ୍ଲା ସଭାପତି ରାଜେଶ ମିଶ୍ରଙ୍କ ସଭାପତିତ୍ୱ ରେ ମଞ୍ଚରେ ସମସ୍ତ ନେତା ଅଭିଭାଷଣ ରଖିଥିଲେ l ସର୍ବଶେଷରେ ରାଜା ନିଜର ଅଭିଭାଷଣ ରଖି କହିଥିଲେ ଯେ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଦୁଇଟି ବ୍ଲକର ଅଧକ୍ଷ ଏବଂ ପିପିଲି ବିଜ୍ଞାପିତ ଅଞ୍ଚଳ ଅଧକ୍ଷ କଂଗ୍ରେସ ହାତେଇବ l ପରେପରେ ପିପିଲି ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ଏବଂ ବିଜେପି କର୍ମୀ କଂଗ୍ରେସ ରେ ଯୋଗଦାନ କରିଥିଲେ l କଂଗ୍ରେସ ର ଏଭଳି ମିଶ୍ରଣ ପର୍ବ ଦେଖି ବିରୋଧୀ ଛାନିଆ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
