MBC କ୍ରିକେଟ ଟୁର୍ନାମେଣ୍ଟ ଚମ୍ପିୟାନସିପ କପ ବାଜିମାରିନେଲା ଭଗବାନପୁର
ଗତକାଲି ଗିରଳ ଖେଳପଡିଆ ରେ ମା ଭଗବାନ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ଜିତିନେଲା କୃଷ୍ଣପ୍ରସାଦ ବ୍ଲକର ଭଗବାନପୁର l ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କୁ ଏକ ବିରାଟ ଶୋଭାଯାତ୍ରା ରେ ନିଆଯାଇଥିଲା l ସାଂସଦ ସମସ୍ତ ଖେଳାଳି ମାନଙ୍କ ସହିତ ମିଶି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ପରେପରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ଆଳିଆପୁଟ କୁ ହରାଇ ଭଗବାନପୁର ଚମ୍ପିୟାନ କପ ହାତେଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
