ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କ ବ୍ଲକ ପ୍ରତିନିଧି ଭାବରେ ଭୋଜନଥ ଗଣ୍ଡ ମନୋନୀତ……..
ନବରଙ୍ଗପୁର :-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକର ଜୋନ ୨ ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଭୋଜାନଥ ଗଣ୍ଡ ଙ୍କୁ ନବରଙ୍ଗପୁର ଲୋକସଭା ସଦସ୍ୟ ବଲଭଦ୍ର ମାଝୀ ଉମରକୋଟ ବ୍ଲକ ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି। ସାଂସଦ ଉମରକୋଟ ବିଡିଓ ଙ୍କୁ ପତ୍ର ମାଧ୍ୟମ ରେ ଅବଗତ କରି ଦେଇଛନ୍ତି। ଉମରକୋଟ ବ୍ଲକ୍ ଅନ୍ତର୍ଗତ ଶିର୍ଲିଗୁଡ଼। ଗ୍ରାମ ନିବାସୀ ଭୋଜନାଥ ଗଣ୍ଡ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେଇଥିଲେ। ସେ ସେଥି ପୂର୍ବରୁ ବିଜେପି ମଣ୍ଡଳ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ଭଜନଥ ଖ।ଣ୍ଡ। ମଣ୍ଡଳ ର ପ୍ରଭାରୀ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସାଂସଦ ଭାବେ ମନୋନୀତ କରିଥିବାରୁ ଭଜନଥ ସାଂସଦ ବଳଭଦ୍ର ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
