ଉମରକୋଟ, ଚାଷୀ କ୍ଷୀର ଢାଳିବା ଘଟଣା ପରେ ଆଜି ଠୁ ଓମ ଫେଡ ଚାଷୀ ଙ୍କ କ୍ଷୀର ଗ୍ରହଣ କଲା, ଉପାନ୍ତ ଖବର ରେ ଖବର ପ୍ରସାରଣ ର ପ୍ରଭାବ………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଦୀର୍ଘ ୨ ମାସ ଧରି ଜୟପୁର ଓମ୍ଫେଡ୍ ନବରଙ୍ଗପୁର ଜିଲ୍ଲାର କ୍ଷୀର କୁ ବିଭିନ୍ନ ଆଳ ଦେଖାଇ ଗ୍ରହଣ କରୁ ନ ଥିଲା। କେତେବେଳେ ନିମ୍ନ ମାନ ତ କେତେ ବେଳେ ଅପମିଶ୍ରଣ ହେଉଛି ବୋଲି ଅଭିଯୋଗ କରି କ୍ଷୀର ଗ୍ରହଣ କରୁନଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଚାଷୀ ମାନେ ଗତ କାଲି ଉମରକୋଟ ନିକଟସ୍ତ ମେନ୍ଦାବେଡ଼ା ଠାରେ ଥିବା ଚିଲିଙ୍ଗ ପ୍ଲାଣ୍ଟ ରେ ୪୦ ହଜ।ର ଲିଟର କ୍ଷୀର କୁ ତଳେ ଢାଳି ଦେଇଥିଲେ। ଓମଫେଡ୍ କ୍ଷୀର ଗ୍ରହଣ କରୁନଥିବା ଯୋଗୁଁ ଗୋ ପାଳକ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ତେବେ ଗତ କାଲି ସନ୍ଧ୍ୟାରେ କ୍ଷୀର ଢାଳିବା ଘଟଣା ଉପାନ୍ତ ଖବର ରେ ଖବର ପ୍ରଚାରିତ ହେବା ପରେ ଆଜି ଠାରୁ ଓମଫେଡ ଚାଷୀ ଙ୍କ କ୍ଷୀର ଗ୍ରହଣ କରିଛି। ଆଜି ଉମରକୋଟରୁ ୩୦ ହଜାର ଲିଟର କ୍ଷୀର ନେଇ ଟ୍ୟାଙ୍କର ଜୟପୁର ଯାଇଥିଲା
ଯାହାକି ଓମଫେଡ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଆଜି ଠାରୁ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଗୋ ପାଳକ ଙ୍କ ଠାରୁ କ୍ଷୀର ସଂଗ୍ରହ ଚାଲିଛି। ଓମ୍ ଫେଡ କ୍ଷୀର ଗ୍ରହଣ କରିଥିବାରୁ ଚାଷୀ ଆଶ୍ୱସ୍ତ ଲାଭ କରିଛନ୍ତି।
