ଉମରକୋଟ ବନ ବିଭାଗ ର କଇଁଛ ବିକ୍ରି କରୁଥିବା ସମୟରେ ଚଢ଼ାଉ, ୨୨ଟି କଇଁଛ ଜବତ………….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ଅନ୍ତର୍ଗତ ନାୟକଗୁଡା ଅଞ୍ଚଳରେ କଇଁଛ ବିକ୍ରି ସମୟରେ ମାଡ଼ି ବସିଲା ବନ ବିଭାଗ। ବନ ବିଭାଗ ୨୨ଟି ଜୀବନ୍ତ କଇଁଛ ଜବତ କରିବା ସହ ଏକ ବାଇକ୍କୁ ମଧ୍ୟ ଜବତ କରିଛି। ତେବେ ବନ ବିଭାଗ ର କର୍ମଚାରୀ ମାନଙ୍କୁ ଦେଖି ଘଟଣା ସ୍ଥଳରୁ ଚୋରା ଚାଲାଣକାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଉମରକୋଟ ବନ ବିଭାଗ କର୍ମଚାରୀମାନେ ନାୟକଗୁଡା ଠାରେ ଜଣେ ବ୍ୟକ୍ତି ଏକ ବାଇକ୍ ରେ ୨୨ ଟା ଜୀଅନ୍ତା କଇଁଚ ବିକ୍ରି ପାଇଁ ଆଣୁଥିବା ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା। ଅଭିଯୁକ୍ତ ଜଣକ ଏକ ହିରୋ ସ୍ପ୍ଲେଣ୍ଡର ବାଇକ୍ ରେ ଏହି ସବୁ କଇଁଚ ବିକ୍ରି କରିବା ଉଦ୍କଧେଶ୍ୟ ରେ ଆଣିଥିଲେ। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଚୋରା ଚାଲାଣକାରୀ ଜଣକ ନିଜ ବାଇକ୍ ଛାଡ଼ି ଘଟଣା ସ୍ଥଳରୁ ଖସି ଫେରାର ହୋଇ ଯାଇଥିଲା । ଜବତ ହୋଇଥିବା ଏହି କଇଁଛ ଗୁଡ଼ିକ କଳାହାଣ୍ଡି ଜିଲ୍ଲାରୁ ଚୋରା ଚାଲାଣ କରାଯାଇ ଆଣିଥିବା ଅନୁମାନ କରାଯାଉଛି। ନବରଙ୍ଗପୁର DFO ଙ୍କ ନିର୍ଦ୍ଦେଶ ପରେ ଏହି ସମସ୍ତ କଇଁଛଙ୍କୁ କୌଣସି ପାଣି ଥିବା ପୋଖରୀ କିମ୍ବା ଡ୍ୟାମ୍ରେ ସୁରକ୍ଷିତ ଭାବେ ଛଡ଼ାଯିବ ବୋଲି ବନ ବିଭାଗ କହିଛି। ତେବେ ଏହି କଇଁଛ ଚୋରା ଚାଲାଣ ପଛରେ ଆଉ କାହାର ହାତ ରହିଛି ଏବଂ ଏହି ରାକେଟ୍ରେ କିଏ କିଏ ସାମିଲ ଅଛନ୍ତି, ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
