June 1, 2026

କଲଭେଟ ଭିତରୁ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର

IMG-20260531-WA0015
Share

 

 

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୁଆଡିହି ପଞ୍ଚାୟତ ଏରସମା-ଚଟୁଆ ମୁଖ୍ୟ ରାସ୍ତା ନିକଟ ଜଳଉ ଠାରେ ଆଜି ସକାଳୁ ଏକ କଲଭଟ ଭିତରୁ ଅଜଣା ଅଚିହ୍ନା ଯୁବକ ର ମୃତ ଦେହ ମିଳିଛି । ପ୍ରଥମେ ମଇଁଷି ଜଗୁଆଳ ମାନେ ମଇଁଷି ନେଇ ଯାଉଥିବା ବେଳେ ତାଙ୍କ ନଜର ପଡ଼ିଥିଲା ସେହି କଲଭେଟ ଭିତରକୁ ।ଏକ ଯୁବକ ମରି ପଡ଼ିଥିବା ଦେଖି ନିକଟରେ ଚିଙ୍ଗୁଡ଼ି ଘେରି କରିଥିବା ମନୋରଞ୍ଜନ ରାଉତ ଙ୍କୁ ଜଣାଇଥିଲେ ।ଯାହାଫଳରେ ମନୋରଞ୍ଜନ ରାଉତ ଏହାକୁ ଦେଖି ତତକ୍ଷଣାତ ଏରସମା ଥାନା କୁ ଖବର ଦେଇଥିଲେ । ଏରସମା ଥାନା ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ସେହି ମୃତ୍ୟ ଯୁବକ ବିଷୟରେ ପଚରା ଉଚରା କରିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଥିଲେ । ଯୁବକର ମୁହଁ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା । ଯୁବକ ବିଷୟରେ ସଠିକ ଖବର ନ ମିଳିବାରୁ ପୋଲିସ ସାଇଣ୍ଟିଫିକ ଟିମ୍ କୁ ଖବର ଦେବା ସହ ଶବକୁ ବ୍ୟବଚ୍ଛଦ କରିବା ପାଇଁ କୁଜଙ୍ଗକୁ ପଠାଇଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

You may have missed