June 1, 2026
ajiro khabar
Share

 

 

୧-ଭୁବନେଶ୍ୱର:କେଉଁଠି ୨ ମାସ ତ ଆଉ କେଉଁଠି ୩ ମାସ ହେଲାଣି ମିଳିନି ଭତ୍ତା, ଦହଗଞ୍ଜ ବୃଦ୍ଧ-ବୃଦ୍ଧା।

 

୨-ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା, ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ।

 

୩-ଭୁବନେଶ୍ୱର:୫୮ ବରିଷ୍ଠ ଓପିଏସ୍ ଅଫିସରଙ୍କ ହେଲା ବଦଳି, ଗୃହ ବିଭାଗର ବିଜ୍ଞପ୍ତି ଜାରି।

 

୪-OJS ପରୀକ୍ଷା ଆବେଦନ ତାରିଖ ଘୁଞ୍ଚିଲା, ଜୁଲାଇ ୫ରେ ହେବନି ପ୍ରାଥମିକ ପରୀକ୍ଷା।

 

୫-କେନ୍ଦ୍ରାପଡ଼ାରେ ପୁଣି ଫୁଟିଲା ଗୁଳି,ଦାଦାବଟିକୁ କେନ୍ଦ୍ର କରି କାଉନସିଲର ଓ ଶାଳକକୁ ହୋଇଛି ଆକ୍ରମଣ।

 

୬-ଉପକୂଳରେ ଗୁଳୁଗୁଳି, ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼-ବର୍ଷାର ସମ୍ଭାବନା; ଅରେଞ୍ଜ ଆଲର୍ଟ ଜାରି କଲା IMD।

 

୭-ଭୁବନେଶ୍ୱର:କମିଲା ତାତି, ଜୁନ୍ ୬ ଯାଏଁ କାଳବୈଶାଖୀ ସମ୍ଭାବନା। ଝାରସୁଗୁଡ଼ାରେ ପାରଦ ୪୫ଂ।

 

୮-ଆୟୁଷ୍ମାନ କାର୍ଡଧାରୀଙ୍କୁ ବଡ଼ ଆଶ୍ୱସ୍ତି; ଏଣିକି ଆଡମିଶନର ୩ ଦିନ ପୂର୍ବରୁ ଫ୍ରି’ରେ ହେବ ଟେଷ୍ଟ।ନ ମାନିଲେ ଘରୋଇ ହସପିଟାଲ ବିରୋଧରେ ହେବ ଆକ୍ସନ।

 

୯-୧ଜୁନରୁ ଘର ଗୋଟାକୁ Connection ଗୋଟେ, ଅଧିକ ସିଲିଣ୍ଡର ଥିଲେ କରିଦିଅନ୍ତୁ ସରେଣ୍ଡର।

 

୧୦-ସମ୍ବଲପୁର ଶୀତଳ ଷଷ୍ଠୀ ପାଇଁ ୧କୋଟି ୮ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

 

୧୧-ଅନୁଗୋଳ,ବାଳୁଅକଟା ଗାଁ:ବଜ୍ରାଘାତରେ ଚାରି ଜଣ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲେ ଭର୍ତ୍ତି।

 

୧୨-ଜଗତସିଂହପୁର:ମହିଳା ଶୌଚାଳୟରେ ସ୍ପାଏ କ୍ୟାମେରା ଲଗାଇ ସରକାରୀ ବାବୁ ଚାକିରିରୁ ବିଦା।

 

୧୩-ପଟ୍ଟାମୁଣ୍ଡାଇ: ଯାତ୍ରା ନାୟିକାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ପ୍ରତାରଣା,ବୁଲୁ ପଣ୍ଡା ଓ ଜ୍ୟୋତି ପଣ୍ଡା ଗିରଫ।

 

୧୪-ମୋହନଙ୍କ କାର୍ଯ୍ୟରେ ମୋହର ମାରିବାକୁ ଆସିବେ ମୋଦୀ, ମନ୍ତ୍ରୀଙ୍କ ସହ ପାଳି କରି ବୈଠକ କରିବେ ମୁଖ୍ୟମନ୍ତ୍ରୀ।

 

୧୫-ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା ,ଆରମ୍ଭ ହୋଇଛି ପ୍ରକ୍ରିୟା।

 

୧୬-ପୁରୀ ବାଇପାସ୍ ରେ ଲୁଟ୍ ଯୋଜନା ପଣ୍ଡ,ଏନକାଉଣ୍ଟରରେ ଦୁର୍ଦାନ୍ତ ଚନ୍ଦନ ଘାଇଲା।

 

୧୭-ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଦାବି ପୂରଣ ନ ହେଲେ ଧର୍ମଘଟ।

 

୧୮-IPL26:ଆଜି ଫାଇନାଲ ମ୍ୟାଚ। ଦ୍ବିତୀୟ ଟାଇଟଲ ପାଇଁ ପ୍ରସ୍ତୁତ ବେଙ୍ଗଲୁରୁ ଓ ଗୁଜୁରାଟ।

 

୧୯-ବ୍ରିଷ୍ଟଲ: ଇଂଲଣ୍ଡରେ ୨ୟ ମହିଳା ଟି୨୦ରେ ଭାରତ ୨୬ ରନ୍ ରେ ପରାସ୍ତ।

 

୨୦-ବେଙ୍ଗାଲୁରୁ:ଜୁନ୍ ୩ରେ ସିଏମ୍ ପଦରେ ଶପଥ ନେଇପାରନ୍ତି ଡିକେ ଶିବକୁମାର! ୧୦ ମନ୍ତ୍ରୀଙ୍କୁ ମିଳିବ ସୁଯୋଗ, ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ହେବ ଓଲଟପାଲଟ।

 

୨୧-ଦିଲ୍ଲୀ ସାକେତରେ ଭୂଶୁଡିପଡିଲା ୫ ମହଲା କୋଠା, ଧ୍ୱଂସ ସ୍ତୁପ ତଳେ ଅନେକ ଦବି ରହିଥିବା ଆଶଙ୍କା।

 

୨୨-କୋଲକାତା: ଅଭିଷେକ ବାନାର୍ଜୀଙ୍କୁ ଅଣ୍ଡା ପଥର ମାଡ଼, ହେଲମେଟ ପିନ୍ଧାଇ ଉଦ୍ଧାର କଲେ ସୁରକ୍ଷା କର୍ମୀ।

 

🙏 *ସୁପ୍ରଭାତ,ଜୟ ଶ୍ରୀଜଗନ୍ନାଥ* 🙏

➖➖➖➖➖➖➖➖➖➖➖

You may have missed