May 30, 2026

ଶ୍ରୀକାନ୍ତ ଦାସ ହେଲେ କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି

IMG-20260530-WA0040
Share

କୁଜଙ୍ଗ , ତା ୩୦/୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଯୁବନେତା ଶ୍ରୀକାନ୍ତ ଦାସ(ମୁନା )କୁ ନିଯୁକ୍ତି ଦିଆଯାଇଥିବାର ଜଣାପଡିଛି । ଶ୍ରୀକାନ୍ତ କୁଜଙ୍ଗ ବ୍ଲକ ର ଜଣେ ଜଣା ଶୁଣା ଯୁବ ଚେହେରା ହୋଇଥିବା ବେଳେ, ପୂର୍ବରୁ ଛାତ୍ର ରାଜନୀତି,ବ୍ଲକ ଯୁବ କଂଗ୍ରେସ ସଭାପତି ଓ ଜିଲ୍ଲା କମିଟି ସମ୍ପାଦକ ଭାବେ ସୁଚାରୁ ରୂପେ କାର୍ଯ୍ୟ କରିଥିଲେ । ପୂର୍ବରୁ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ ଓ ନଗରଞ୍ଚଳ ସଭାପତି ଙ୍କ ନା ଘୋଷଣା ହୋଇଥିଲେ ବି ଗୁରୁତ୍ୱପୂର୍ଣ୍ଣ କୁଜଙ୍ଗ ବ୍ଲକ କଂଗ୍ରେସ କମିଟି ସଭାପତି ଙ୍କ ନା ଘୋଷଣା ହୋଇନଥିଲା । ଯେହେତୁ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ପାରାଦୀପ ନିର୍ବାଚମଣ୍ଡଳୀ ର ହ୍ରୁଦୟ ହେଉଛି କୁଜଙ୍ଗ ବ୍ଲକ ନେତୃମଣ୍ଡଳୀ ମାନେ ଭାବି ଚିନ୍ତି ଶ୍ରୀକାନ୍ତ ଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି । ଶ୍ରୀକାନ୍ତ ପାରାଦୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନିରଞ୍ଜନ ନାୟକ ଙ୍କ ଘନିଷ୍ଠ ସହଯୋଗୀ ହୋଇଥିବା ବେଳେ ଜିଲ୍ଲା କଂଗ୍ରେସ ସଭାପତି ଦେଵ ପ୍ରସାଦ ନାୟକଙ୍କ ଅନ୍ତରଙ୍ଗ । ଏ ସଂକ୍ରାନ୍ତ ନିଯୁକ୍ତି ପାଇବା ପରେ ଶ୍ରୀକାନ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ , ଓଡ଼ିଶା ପ୍ରଭାରୀ ତଥା ଜାତୀୟ ସାଧାରଣ ସମ୍ପାଦକ ଅଜୟ କୁମାର ଲଲୁ, ନିର୍ବାଚନ ମଣ୍ଡଳୀ ନେତା ନିରଞ୍ଜନ ନାୟକ ଓ ଜିଲ୍ଲା ସଭାପତି ଦେବ ପ୍ରସାଦ ନାୟକ ଙ୍କୁ ସାଧୁବାଦ ଜଣାଇବା ସହ ନେତୃମଣ୍ଡଳୀ ତାଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ କରି ଗୁରୁ ଦାୟିତ୍ଵ ଦେଇଛନ୍ତି ସେ ସୁଚାରୁ ରୁପେ ପାଳନ କରିବା ସହ କଂଗ୍ରେସ କୁ ଶକ୍ତିଶାଳୀ କରିବା ହେବ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ ବୋଲି କହିଛନ୍ତି । ତାଙ୍କ ନିଯୁକ୍ତି ଖବର ଜଣାପଡିବା ପରେ କଂଗ୍ରେସ କର୍ମୀଙ୍କ ମହଲ ରେ ଆନନ୍ଦ ଖେଳି ଯାଇଛି। ବରିଷ୍ଠ କଂଗ୍ରେସ କର୍ମୀ ମୋହନ ଚରଣ ଦାସ, ଜିତୁ ନାରାୟଣ ସାହୁ , ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ନୀହାର ରଞ୍ଜନ ଦାସ, ପାରାଦ୍ୱୀପ ନଗର କଂଗ୍ରେସ ସଭାପତି କେଦାର ବିଶ୍ୱାଳ,ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ସୌମ୍ୟ ରଞ୍ଜନ ରାଉତ , ଉଦ୍ଧବ ମାଝୀ , ଜଗନ୍ନାଥ ସ୍ୱାଇଁ , ଟହଲି ବେହେରା , ପ୍ରଦୀପ୍ତ କୁମାର ବେଉରା ଓ ସ୍ଵାଧୀନ ପାଲ, ଜାନକୀ ମହାରଥ ପ୍ରମୁଖ ଶ୍ରୀକାନ୍ତ ଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ନେତୃତ୍ୱରେ ସଂଗଠନ ସୁଦୃଢ଼ ହେବ ବୋଲି କହିଛନ୍ତି.ରିପୋର୍ଟ ଶାରଦା ପ୍ରସନ୍ନ ପରିଜା