September 22, 2026
ajiro khabar
Share

 

ଆଗାମୀ ଦୁଇ ଦିନ ମଧ୍ୟରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ହେବ।

 

ଓଡ଼ିଶାରେ ଆଜିଠାରୁ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ବିଶେଷ ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବ।

 

ରବି ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ନେଇ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି।

 

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ।

 

ଏଥର ମୌସୁମୀରେ କମ୍ ହୋଇପାରେ ବର୍ଷାର ପରିମାଣ। ସ୍ବାଭାବିକଠାରୁ ୧୦ ପ୍ରତିଶତ କମ୍ ଅର୍ଥାତ୍ ୯୦ ପ୍ରତିଶତ ବର୍ଷା ହେବ।

 

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଇଭି ଟେକ୍ନୋଲୋଜିରେ ଏକ ସ୍ୱତନ୍ତ୍ର ଏମଟେକ ପାଠ୍ୟକ୍ରମ ଆରମ୍ଭ କରାଯାଇଛି।

 

ରାଜ୍ୟ ଦୁଗ୍ଧ ସମବାୟ ମହାସଂଘ ଓମଫେଡ୍ ୨୦୨୫ ୨୬ ଆର୍ଥିକ ବର୍ଷରେ ୧୦ କୋଟି ୨୩ ଲକ୍ଷ ଟଙ୍କାର ଶୁଦ୍ଧ ଲାଭ କରିଛି।

 

ଓଡ଼ିଶାରେ ପ୍ୟାକେଜିଂ ଗ୍ଲାସ୍ କୋର୍ ସବଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ ୩ଡିଜିଏସ୍, ୟୁଏସଏ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ।

 

କଟକରେ ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ଶିବିର; ଜୁନ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବ।

 

ବଜାରରେ ବଢୁଛି ଜାଲ୍ ନୋଟ୍: ଏବର୍ଷ ୨୦.୫% ବଢିଛି ୫୦୦ ଟଙ୍କିଆ ଜାଲ୍ ନୋଟ୍, ୨୦ ଟଙ୍କିଆ ନୋଟ୍‌ ବି ନକଲି।

 

କଟକ ସହରରେ ଜଣ୍ଡିସ ବ୍ୟାପିବା ଆଶଙ୍କାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

 

କଳାହାଣ୍ଡି ଜିଲ୍ଲାରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବା ବେଳେ ଘଟିଥିବା ଦୁର୍ଘଟଣା ଓ ମୃତ୍ୟୁ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବାଧିକାର କମିଶନ।

 

ଗଜପତି ଜିଲ୍ଲା ମହେନ୍ଦ୍ରଗିରି ନିଷେଧାଞ୍ଚଳରେ ବେଆଇନ ଖନନ ଓ ନିର୍ମାଣ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

 

ନବରଙ୍ଗପୁର ଚନ୍ଦାହାଣ୍ଡିରେ ୫ ଚାଷୀଙ୍କୁ ଆଣ୍ଠେଇ ନିର୍ଯାତନା ଘଟଣାରେ କଂଗ୍ରେସର ପ୍ରତିନିଧି ଦଳ ପୀଡ଼ିତଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

 

କଟକ ବାରଙ୍ଗ ଥାନାରେ ପୁଲିସ ଦ୍ୱାରା ରାକେଶ ନାମକ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଅତ୍ୟାଚାର ଅଭିଯୋଗ।

 

ଦେବାଶିଷ ସାମନ୍ତରାୟ ବିଜେପିକୁ ଡେଇଁଲା ପରେ ଭାଇରାଲ ହେଉଛି ପୁରୁଣା ଭିଡିଓ। ଶହୀଦଙ୍କ ଶବ ପାଖରେ ଦାଦାଙ୍କୁ ତଣ୍ଟିଆ ମାରିଥିଲେ।

 

ରାଉରକେଲାରେ କାଳବୈଶାଖୀ ଯୋଗୁଁ ୨୦୩ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୦ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। କ୍ଷତିପୂରଣ ଦାବୀ ହୋଇଛି।

 

ସୁବର୍ଣ୍ଣପୁରରେ କାଳବୈଶାଖୀ ଯୋଗୁଁ ଛାତ ଉଡ଼ିଯାଇଛି, ବାଇକ, ଆଜବେଷ୍ଟସ, ରାସ୍ତାରେ ଗଛ ଭାଙ୍ଗି ପଡ଼ିଛି।

 

ନବରଙ୍ଗପୁର ଜିଲ୍ଲା ଝରିଗାଁ ଡାକଘରେ ୩୦ କୋଟି ଟଙ୍କାର ଆର୍ଥିକ ହେରଫେର। ଜାଲ୍ ହିତାଧିକାରୀଙ୍କ ନାମରେ ଟଙ୍କା ଆତ୍ମସାତ ଅଭିଯୋଗରେ ପୋଷ୍ଟମାଷ୍ଟର ନିଲମ୍ବିତ।

 

ବାରିପଦା ଟାଉନ ଥାନା ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ମାଡ଼ପିଟ ଓ ଗାଡ଼ି ଭଙ୍ଗାରୁଜା ହୋଇଥିବା ଅଭିଯୋଗ। ଉଭୟ ପକ୍ଷର ଯୁବକ ଅଟକ।

 

ନୟାଗଡ଼ ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

ମଧ୍ୟପ୍ରଦେଶ ଝାନସୀରେ ଢେଙ୍କାନାଳର ନାବାଳିକାଙ୍କୁ ବିକ୍ରି ଓ ଦୁଷ୍କର୍ମ ଘଟଣା, ପୀଡିତାଙ୍କୁ ଭେଟିଲେ ମହିଳା କମିଶନ।

 

କଟକ ବାଙ୍କୀ ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣା। ୧୬ ଦିନ ପରେ ବି ମିଳୁନି ପତ୍ତା, ଥାନାରେ ଏତଲା ଦେଲେ ପରିବାର ଲୋକେ।

 

ଉମରକୋଟ ଓମଫେଡ ଡିପୋ କ୍ଷୀର ନେଉନଥିବାରୁ ରାସ୍ତାରେ ଢ଼ାଳିଲେ ୪୦ ହଜାର ଲିଟର କ୍ଷୀର। ଚିନ୍ତାରେ ଦୁଗ୍ଧ ଚାଷୀ।

 

ବାଲେଶ୍ୱର ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଚଢ଼ାଉ କରି ୧୭ ଟି ଗାଡ଼ି ଜବତ କରିଛି। ୧୩ ଜଣ ଅଭିଯୁକ୍ତ ଗିରଫ, ୨୮୪ ଟି ଗୋରୁ ଉଦ୍ଧାର।

 

🇳🇪

ଭାରତର ବୈ‌ଦେଶିକ ମୁଦ୍ରା ଭଣ୍ଡାର ତଳକୁ ଖସୁଛି ହୋଇଛି। ୭.୫୧୧ ବିଲିଅନ ଡଲାର କମି ୬୮୧.୩ ବିଲିଅନ ଡଲାରରେ ରହିଛି।

 

ଶେୟର ମାର୍କେଟରେ ବ୍ଲାକ୍ ଫ୍ରାଇଡେ: ସେନସେକ୍ସ ୧୦୦୦ ଅଙ୍କ ଖସିଲା, ନିବେଶକଙ୍କ କ୍ଷତି ୫.୧୭ ଲକ୍ଷ କୋଟି ଟଙ୍କା।

 

ତ୍ବିଷା ଶର୍ମା ମାମଲା: ଜୁନ୍ ୨ ଯାଏ ସିବିଆଇ ରିମାଣ୍ଡରେ ରହିବେ ମାଆ ଗିରିବାଳା ଓ ପୁଅ ସମର୍ଥ ସିଂହ।

 

ଡିଜେଲରେ ଆଇସୋବୁଟାନଲ ମିଶ୍ରଣ ହେବ ବାଧ୍ୟତାମୂଳକ, ଚଳିତବର୍ଷ ଶେଷ ଆଡକୁ ଆସିବ ପ୍ରସ୍ତାବ।

 

ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ମାଡ଼: ରେକର୍ଡ ସ୍ତରକୁ ଖସିଲା ଟଙ୍କା, ବଢ଼ିଲା ପାଠପଢ଼ା ଓ ଯାତ୍ରା ଖର୍ଚ୍ଚ।

 

ଆଫ୍ରିକାରେ ବ୍ୟାପୁଥିବା ଏବୋଲା ମହାମାରୀର ମୁକାବିଲା ପାଇଁ ଭାରତ ପକ୍ଷରୁ ଚିକିତ୍ସା ସହାୟତା ପଠାଯାଇଛି।

 

ବାଂଲାଦେଶର ଏକ ଚର୍ଚ୍ଚିତ ବଳଦକୁ ଚଳିତ ଇଦ୍ ବଳିଦାନରୁ ରକ୍ଷା କରାଯାଇ ଢାକା ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯାଇଛି।

 

ଇରାନର ନୂତନ କ୍ଷେପଣାସ୍ତ୍ର ବ୍ୟବସ୍ଥା ‘ଆରସ-ଏ-କମାଙ୍ଗିର’: ଆମେରିକାର ୩୦ ମିଲିୟନ ଡଲାରର ଡ୍ରୋନକୁ ଖସାଇ ଦେଇଥିବା ଦାବି।

 

⚽🏏🚴🏾‍♂️

ଜାତୀୟ କୁସ୍ତି ମହାସଂଘର ଲଜ୍ଜ୍ୟାଜନକ ନୈତିକ ପରାଜୟ। ଏସୀୟ କ୍ରୀଡ଼ା ଚୟନରେ ଯୋଗ ଦେବାକୁ ଭିନେଶ ଫୋଗଟଙ୍କୁ ଅନୁମତି ଦେଲେ ସୁପ୍ରିମକୋର୍ଟ।

 

ଆଇପିଏଲର ମ୍ୟାଚରେ ଗୁଜରାଟ ଦଳ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଟାଇଟଲ୍ ଦୌଡ଼ରେ ଆଗେଇ ରହିଛି।

 

ଆଇପିଏଲ ୨୦୨୬ ର ଚୂଡ଼ାନ୍ତ ମୁକାବିଲା, ଗୁଜରାଟ ଏବଂ ବେଙ୍ଗାଲୁରୁ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

 

ଫିଫା ବିଶ୍ୱକପ୍ ଖେଳିବା ପାଇଁ ଆର୍ଜେଣ୍ଟିନା ଦଳ ଘୋଷଣା କରାଯାଇଛି । ଷ୍ଟାର ଖେଳାଳି ଲିଓନେଲ ମେସି ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ୱକପ୍ ଦଳର ନେତୃତ୍ୱ ନେବେ।

===============

*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*

 

*ବନ୍ଦେ ଉତ୍କଳ ଜନନୀ* 🪻🌻🪻