ପୁରୀରେ ଉଦଘାଟିତ ହେଲା ଅନ୍ତର୍ଜାତୀୟ ମାନବାଧିକାର ବାହିନୀ l
ଆଜି ପୁରୀ ମାର୍କେଟ ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ର ଦ୍ଵିତୀୟ ମହଲାରେ ଅନ୍ତର୍ଜାତୀୟ ମାନବାଧିକାର ବାହିନୀ କାର୍ଯ୍ୟାଳୟ ର ଶୁଭଉଦ୍ଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅନୁଷ୍ଠାନର ଫାଉଣ୍ଡର ବିଶ୍ୱଜିତ ମଲ୍ଲିକ, ସମ୍ମାନିତ ଅତିଥିଭାବେ ଦିବ୍ୟାନନ୍ଦ ମହାରାଜ ଯୋଗଦାନ କରି ଫିତାକାଟି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ନଡ଼ିଆ ବାଡେଇ କାର୍ଯ୍ୟାଳୟ ର ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଉପସଭାପତି ପ୍ରଶାନ୍ତ ବରାଳ, ଭୁବନେଶ୍ୱର ଦେହୁରୀ, ଗୀତାଞ୍ଜଳି ପଣ୍ଡା, ସବିତା ମିଶ୍ର, କଳିଙ୍ଗ କୁମାର ସେନାପତି, ବିଘ୍ନଜିତ ରାଉତ, ବ୍ରଜବନ୍ଧୁ ଦାସଙ୍କ ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାର ପଦାଧିକାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଅସହାୟ ବ୍ୟକ୍ତିତ୍ୱ ମାନଙ୍କୁ ଉଚ୍ଚିତ ନ୍ୟାୟଦେବ ହେଉଛି ଅନୁଷ୍ଠାନ ର ମୂଳ ଲକ୍ଷ ବୋଲି କହିଛନ୍ତି ଅନୁଷ୍ଠାନ ର ପ୍ରତିଷ୍ଠାତା ବିଶ୍ୱଜିତ ମଲ୍ଲିକ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
