ଶଙ୍ଖକ୍ଷେତ୍ର ଫାଉଣ୍ଡେସନ ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପୁରୀ ଜିଲ୍ଲାର ଅଗ୍ରଣୀ ସେବା ଓସାଂସ୍କୃତିକ ଅନୁଷ୍ଠାନ ଶଂଖ କ୍ଷେତ୍ର ଫାଉଣ୍ଡେସନ୍ ର ଚତୁର୍ଥ ବାର୍ଷିକ ଉତ୍ସବ ଜିଲ୍ଲାସଂସ୍କୃତି ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି ଅନୁଷ୍ଠାନର ଅଧ୍ୟକ୍ଷ ଡ. ପ୍ରଧାନ ଧୀରେନ୍ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦଘାଟକ ଭାବେ ପୁରୀର ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମୁଖ୍ୟ ଅତିଥି ଓଡିଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ ସତ୍ୟନାରାୟଣ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବରିଷ୍ଠସେବାୟତଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଭଗବାନ ସୁଆର, ବିଶିଷ୍ଟ ଅତିଥି ମହିଳା ଉଦ୍ୟୋଗୀ ରୁଚମିତ୍ରା ଜଗଦେବ ମହାପାତ୍ର, ଶିକ୍ଷାବିତ୍ ଲତା ଦାସ, ଦେବବ୍ରତ ବେଦମାତା, ସମାଜସେବି ବିଦୁଲତା ଆଚାର୍ଯ୍ୟ, ଶଶାଙ୍କ ପ୍ରହରାଜ ମଞ୍ଚାସୀନ ହୋଇ ସେବା – ସଂସ୍କୃତିର ପ୍ରଚାର-ପ୍ରସାର ଦିଗରେ ଅନୁନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ ।ସମ୍ପାଦିକା ଗୀତା ଶ୍ରୀ ପଟ୍ଟନାୟକ ବିବରଣୀ ପାଠ କରିଥିଲେ । ନୃତ୍ୟ ସଙ୍ଗୀତ , ଝୋଟି, ଶ୍ରୀକ୍ଷେତ୍ର ବୋହୁ ,ଫେସନ ସୋ ଇତ୍ୟାଦି ପ୍ରତି ଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଳିଙ୍ଗ ଟିଭି, ଫୋକସ, ପ୍ରୟାସ୍, ସଂଘର୍ଷ,ଭୟସ୍ ଅଫ ଭିକ୍ଟିମ୍, ଶ୍ରୀକ୍ଷେତ୍ର ଚ୍ୟାନେଲ୍ ଇତ୍ୟାଦି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଯୋଜକ ରାଜେଶ ପ୍ରଧାନ, କୋଷାଧକ୍ଷା ରେଣୁବାଳା ଜୟ ସିଂ,ଉପଦେଷ୍ଟା – ରତନ ଦାସ, ଡା ରଶ୍ମି ରଞନ ମହାରଥା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟତମ ଉପଦେଷ୍ଟା ଲଲାଟେନ୍ଦୁ ମିଶ୍ର ମଞ୍ଚପରିଚାଳନା କରିଥିଲେ । ଉପସଭାନେତ୍ରୀ ମଧୁସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମିତାଞ୍ଚଳି ମହାନ୍ତି, ଲିଲି ପରିଡା, ଅଞ୍ଜଳି ସ୍ୱାଇଁ, ପ୍ରୀତି ତ୍ରିପାଠୀ, ବିଷ୍ଣ ପ୍ରିୟା ବରାଳ , ସୌଦାମିନୀ ଜୟସିଂ,ବିଜୟ ଭୂଷଣ ରଥ,ସୁନୀତା ନାୟକ, ଲିପା ବରାଳ , ଅନସୂୟା ମହାପାତ୍ର ରୋଜାଲିନ ଦାସ, ପ୍ରମିଳା ସାହୁ, ଶୁଭଶ୍ରୀ ପଟ୍ଟନାୟକ,ମନୋରମା କରନ୍, ପ୍ରିୟଙ୍କା ହାତୀ, ପ୍ରଦ୍ୟୁମ୍ନ ମହାନ୍ତି, ମାନସ ରଞ୍ଜନ ପତି, ମାମୁନି ନନ୍ଦ, ଜ୍ୟୋତ୍ସ୍ନା ସ୍ୱାଇଁ, ଭାରତ ସାହୁ, ସୁଶାନ୍ତ କୁମାର ପାତ୍ର, ଦୀପ୍ତୀ ତ୍ରିପାଠୀ, ଲକ୍ଷ୍ମୀ ନାୟକ, ଅଙ୍କିତା ସୁବୁଦ୍ଧି, ଜୀବନନିତା ପଟ୍ଟନାୟକ, ଲୋପାମୁଦ୍ରା କର ମିଲି ପ୍ରଧାନ, ରାକେଶ ପ୍ରଧାନ,ଝରଣା ପତି, ଜ୍ୟୋତି ମହାପାତ୍ର ସମେତ କାର୍ଯ୍ୟକାରୀ କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
