May 28, 2026

ପ୍ରଚଣ୍ଡ ରୌଦ୍ରତାପରେ ଦହି ପଣା ବାଣ୍ଟିଲେ ଆସନ୍ତାକାଲିର ଭବିଷ୍ୟତ* *ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କଲେ କୁନି ପିଲା…

IMG-20260528-WA0031
Share

 

ପ୍ରବଳ ରୌଦ୍ରତାପ ଯୋଗୁଁ ପାଣି ପାଇଁ ସମସ୍ତ ପଥଚାରୀ ଡହଳ ବିକଳ ହେଉଥିବା ବେଳେ ସମସ୍ତଙ୍କ ଦୁଃଖ କିଛିମାତ୍ରାରେ ଲାଘବ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ ଓ ଭାରତୀୟ ମାନବ ଅଧିକାର ପରିଷଦର ଲକ୍ଷ୍ମୀକାନ୍ତ ପାଢ଼ୀ। ଗତ ସପ୍ତାହରେ ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରୀୟନ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଶତାଧିକ ପଥଚାରୀଙ୍କୁ ଦହିପାଣି ବଣ୍ଟନ କରିବା ପରେ ଆଜି ସେହି କ୍ରମରେ ପାରଳାଖେମୁଣ୍ଡିର ଯୁବ ଵର୍ଗଙ୍କୁ ଏକତ୍ରିତ କରି ଫରେଷ୍ଟ ଗେଟ ନିକଟରେ ଏକ ବିଶାଳ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜିଲ୍ଲା ବନ ଅଧିକାରୀ କେ. ନାଗରାଜୁ, ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଯୋଗ ଦେଇ ପଥଚାରୀଙ୍କୁ ଦହିପଣା ବଣ୍ଟନ କରିବା ସହ ସମସ୍ତ ବଣ୍ଟନ କାର୍ଯ୍ୟ ଶେଷ ପରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ଓ ଆଜିର ଏହି ସେବା କାର୍ଯ୍ୟ ନିମନ୍ତେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ବିଶେଷ ଭାବେ ଏହି ପଣା ବଣ୍ଟନ ସମୟରେ କୁନି କୁନି ପିଲାଙ୍କ ଦ୍ୱାରା ପଥଚାରୀଙ୍କୁ ପଣା ବଣ୍ଟନ କରିବା ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟକ ବାର୍ତ୍ତା ପ୍ରେରିତ କରିବା ସହ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଟି.ଶ୍ରୀକାନ୍ତ, ବସନ୍ତ ନାଇଡୁ, ପ୍ରଶାନ୍ତ ପ୍ରଧାନ, ଜେ ବୈକାନ୍ତ ରାଓ, ଏ ରବି, ବିକ୍ରମ ନାଇଡୁ ଓ ପି. ସନ୍ତୋଷ ଓ ସହଯୋଗୀମାନଙ୍କୁ ବିଶେଷ ଭାବେ ଉତ୍ସାହିତ କରିଥିଲା। ସେହିପରି ପରେ ଏହି କାର୍ଯ୍ୟକ୍ରମରେ ବଜରଙ୍ଗ ଦଳର ଲୋକନାଥ ମିଶ୍ର, କୈଳାଶ ଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ରହି ଯଥାସମ୍ଭବ ସହଯୋଗର ହାତ ବଢାଇଥିଲେ ଓ ଶ୍ରୀ ରେଡ୍ଡୀଙ୍କର ଏହି କାର୍ଯ୍ୟକୁ ବିଶେଷ ପ୍ରଶଂସା କରିଥିଲେ ।