ଗଞ୍ଜେଇ ବୋଝେଇ କାର ସହ ତିନି ଗିରଫ୍..
କାକିରିଗୁମା,୨୫/୫ : ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମା ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଏକ ଗଞ୍ଜେଇ ବୋଝେଇ ଗାଡ଼ିକୁ ଜବତ କରିଛି। ଏଥିରେ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲ ମହାରାଷ୍ଟ୍ରର ଆନନ୍ଦ ପାଞ୍ଚଲ । (୨୬), ସୁରଜ୍ ଚୌଭାନ (୨୮), ସ୍ଵପ୍ଲେଲି ଦେଶମୁଖ (୨୪)। ଏଏସ୍ଆଇ ସୁରେନ୍ଦ୍ରକୁମାର ବସ୍ତିଆଙ୍କ ସହ ଥାନା କର୍ମଚାରୀ ପାଟ୍ରୋଲିଂ କରୁଥିବା ସମଯରେ ଏକ କାର୍ ୩୨୬ ନମ୍ବର ଜାତୀୟ ରାଜପଥରେ କୋରାପୁଟ ଅଭିମୁଖେ ଯାଉଥିଲା। ସେହି ସମୟରେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା; କିନ୍ତୁ ଗାଡ଼ି ଅଟକି ନ ଥୂଲା । ଉକ୍ତ କାର୍କୁ ପୁଲିସ ପିଛା କରିଥିଲା। ସେହି କାର୍ ଦ୍ରୁତଗତିରେ ଯାଇ ପଞ୍ଚଡା ପୋଲ୍ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସ ୩ ଜଣଙ୍କୁ ଉଦ୍ଧାର କରିଥିଲା। ତଦନ୍ତ ବେଳେ କାର୍ ଭିତରୁ ଗଞ୍ଜେଇ ଜବତ ହୋଇଥିଲା। ପରେ ସେହି ୩ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ କରିଥିଲା। ଲକ୍ଷ୍ମୀପୁର ଏସଡିପିଓ ମୋନଜ ବେହେରା, ଲକ୍ଷ୍ମୀପୁର ଥାନା ଅଧିକାରୀ ସୁଜ୍ଞ।ନୀ ସାହୁ, ଏଏସଆଇ ସୁରେନ୍ଦ୍ର ଶ୍ରୀ ବସ୍ତିଆ, ମାଜିଷ୍ଟ୍ରେଟ ତଥା ଲକ୍ଷ୍ମୀପୁର ଅତିରିକ୍ତ ତହସିଲଦାର ମାଧବ ଭାତ୍ରାଙ୍କ ଉପସ୍ଥିତିରେ ଓଜନ ପରେ ୨୩ କିଲୋ ୬ ଶହ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡ଼ିଥିଲା। ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। (ଗୁପ୍ତେଶ୍ୱର ରଥ କୋରାପୁଟ)
