September 25, 2026

କୋରାପୁଟରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

IMG-20260525-WA0019
Share

 

*କୋରାପୁଟ, 25.05.26:* କୋରାପୁଟ ସଦଭାବନା ସଭା ଗୃହରେ ଆଜି ଜ଼ିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜ଼ିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ମିଳିତ ଭାବେ ଜନଶୁଣାଣୀ କରିଥିଲେ।

 

ଶିବିରରେ ମୋଟ 46 ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା, ଯେଉଁଥିରେ 16ଟି ଗୋଷ୍ଠୀଗତ ଓ 30ଟି ବ୍ୟକ୍ତିଗତ ଅଭିଯୋଗ ସାମିଲ ଥିଲା। ସେଥିମଧ୍ୟରୁ 7ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

 

ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବରଙ୍କ ସମେତ ଜ଼ିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିବିର ଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଚେକ୍ ପ୍ରଦାନ କରାଯାଇଥିଲା।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed