May 26, 2026

ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଭତ୍ତା ହିତାଧିକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ 

IMG-20260525-WA0023
Share

 

ବୁଗୁଡା : ତା ୨୫/୦୫/୨୬ : ବୁଗୁଡ଼ା ବ୍ଲକ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେତାରସିଂ ଗ୍ରାମର ଅନେକ ହିତାଧିକାରୀ ଭତ୍ତା ନପାଇଥିବା ଯୋଗୁଁ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି। ସେମାନଙ୍କ ଅଭିଯୋଗ ରହିଛି ଯେ ସେମାନେ ପ୍ରତି ମାସ ୧୫ ତାରିଖ ବେଳକୁ ଭତ୍ତା ପାଉଥିଲେ ହେଁ ଏବେ ଦୁଇ ମାସ ହେଲା ସେମାନଙ୍କୁ ଭତ୍ତା ମିଳିନାହଁ। ପୂର୍ବରୁ ସେମାନଙ୍କୁ ବେତାରସିଂ ଗାଁରେ ହିଁ ଭତ୍ତା ପ୍ରଦାନ କରାଯାଉଥିଲା ବେଳେ ଏବେ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ଯନିର୍ବାହୀ ଅଧିକାରୀ ସେମାନଙ୍କୁ ଗୋଳାବନ୍ଧ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଭତ୍ତା ନେବାକୁ କହୁଛନ୍ତି। ସମ୍ପ୍ରତି ବୁଗୁଡା ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଯୋଗୁଁ ଅଂଶୁଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଆସୁଥିବା ବେଳେ ହିତାଧିକାରୀମାନେ ଗୋଳାବନ୍ଧ ଗ୍ରାମକୁ ଯାଇ ଭତ୍ତା ଆଣିବାକୁ ଆଶଙ୍କା ମଣୁଛନ୍ତି। ଅନ୍ୟପକ୍ଷରେ ଗୋଳାବନ୍ଧ ପଞ୍ଚାୟତର ରାମଣ୍ଡା ଓ ଚାଞ୍ଚରାସାହି ଗାଁକୁ ଯାଇ ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ବେତାରସିଂ ଗ୍ରାମକୁ ଆସି କାହିଁକି ଭତ୍ତା ପ୍ରଦାନ କରାଯାଉନାହିଁ ବୋଲି ପ୍ରଶ୍ନ କରିବା ସହ କାର୍ଯନିର୍ବାହୀ ଅଧିକାରୀଙ୍କ ପ୍ରତି ଅସନ୍ତୋଷ ଜାହିର କରିଛନ୍ତି। ଏ ନେଇ ବିକ୍ଷୋଭକାରୀ ହିତାଧିକାରୀଗଣ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବା ଜଣାଯାଇଛି।