May 25, 2026

ରାସ୍ତାରେ ବହୁଛି ନର୍ଦ୍ଦମା ପାଣି  ମଝିପଡ଼ାର ଦୁଃଖ ବୁଝିବାକୁ କେହିନାହିଁ 

IMG-20260524-WA0077
Share

 

 

 

ସମ୍ବଲପୁର, ୨୪. ୦୫():ସମ୍ବଲପୁର ମହାନଗର ନିଗମ ୨୧ ନମ୍ବର ୱାର୍ଡରେ ଥିବା ମଝିପଡ଼ାର ଦୁଃଖ ସରୁନି। ଆଜିକୁ ୧ ସପ୍ତାହ ହେଲା ନାଳର ନର୍ଦ୍ଦମା ପାଣି ୧୦୦ ମିଟର ଧରି ରାସ୍ତାରେ ବହୁଥିବା ସତ୍ତ୍ୱେ ମହାନଗର ନିଗମ କର୍ତ୍ତ୍ତୃପକ୍ଷ ଙ୍କ ନଜର ନପଡିବା ଦୁଃଖର ବିଷୟ ବୋଲି ଆଜି ପଡ଼ାବାସୀ କହିଛନ୍ତି। ଏ ସମ୍ପର୍କରେ ଅଞ୍ଚଳବାସୀ ନିଗମ ଠାରେ ଅଭିଯୋଗ କରିବା ସତ୍ତ୍ୱେ କିଛି ଫଳ ମିଳୁନି।ଏହା ପୁଣି ସମ୍ବଲପୁର ସହରର ଏକ ମୁଖ୍ୟ ସ୍ଥାନ। ଏଠାରେ ରହିଛି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ)।ଏହି ନାଳ ଜାମ ହୋଇ ନର୍ଦ୍ଦମା ପାଣି ରାସ୍ତାରେ ଭାସୁଛି।ଆଜିକୁ ମିଶାଇ ଗୋଟେ ସପ୍ତାହ ହେଲା ଏଭଳି ଅବସ୍ଥା ଉପୁଜିବା ସତ୍ତ୍ୱେ ଏହାର ସମାଧାନ ହେଇ ପାରୁ ନାହିଁ।ଲୋକ ମାନେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାନବାହାନ ଯିବା ସମୟରେ ପାଣି ଛିଟିକି ପଡୁଛି।ଏସଏମସି କମିଶନରଙ୍କୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଜଣାଇଥିବା କହିଛନ୍ତି।ତୁରନ୍ତ ଏହାର ମରାମତି କରାଯିବା ସହିତ ସ୍ଥାୟୀ ସମାଧାନ ନହେଲେ ଆଗକୁ ଅଧିକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି।