May 25, 2026

ଦୀର୍ଘ ଦୁଇ ମାସ ଧରି ବିଧବା ଭତ୍ତା ନ ପାଇ ମୃତ୍ୟୁ ବରଣ କଲେ ହିତାଧୀକାରୀ 

IMG-20260524-WA0056
Share

ଖୋରଧା – ( ପ୍ରିୟଙ୍କା ମହାପାତ୍ର)- ରାଜ୍ୟ ସରକାରଙ୍କର ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଯୋଗ୍ୟ ହିତାଧିକାରୀ ମାନଙ୍କୁ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ତଥା ମଧୁ ବାବୁ ବାର୍ଦ୍ଧକ୍ୟ ଭତ୍ତା, ଅବିବାହିତ ଭତ୍ତା ଏବଂ ସ୍ୱାମୀ ପରିତ୍ୟକ୍ତ ଭତ୍ତା ବାବଦକୁ ପ୍ରତେକ ହିତାଧୀକାରୀ ମାନଙ୍କୁ ମାସକୁ ୧୦୦୦ ଟଙ୍କା ଏବଂ ୮୦ ବର୍ଷ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଙ୍କୁ ୩୫୦୦ ଟଙ୍କା ପ୍ରଦାନ କରାଯାଉ ଥିବାବେଳେ, ଆଜି କୁ ଦୀର୍ଘ ଦୁଇ ମାସ ଧରି ଖୋରଧା ପଞ୍ଚାୟତ ସମିତି ଅଧିନସ୍ଥ ୨୨ ଗୋଟି ଗ୍ରାମପଞ୍ଚାୟତ ଏବଂ ପୌର ପରିଷଦ ଅଧିନସ୍ଥ ୨୨ ଗୋଟି ୱାର୍ଡ ବହୁ ସଂଖ୍ୟାରେ ହିତାଧୀକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଏ ସମ୍ପର୍କ ରେ ଭତ୍ତା ବଣ୍ଟନ ଦାୟିତ୍ବ ରେ ଥିବା ଅଧିକାରୀ ଓ କର୍ମଚାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଯେଉଁମାନେ ଭତ୍ତା ପାଇ ନାହାଁନ୍ତି ସରକାର ଙ୍କ ନିଷ୍ପତି ଅନୁସାରେ ଭତ୍ତା ଟଙ୍କା ସେମାନଙ୍କ ଆକାଉଣ୍ଟ କୁ ଯିବ ବୋଲି କହିଥିଲେ l କିନ୍ତୁ ଦୁଇ ମାସ ରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ହିତାଧୀକାରୀ ମାନଙ୍କ ଆକାଉଣ୍ଟ ଟୁ ଟଙ୍କା ଆସି ନାହିଁ, ଫଳରେ ଅନେକ ହିତାଧିକାରୀ ଭତ୍ତା କୁ ଅପେକ୍ଷା କରି ଏବଂ ବ୍ୟାଙ୍କ କୁ ଧାଇଁ ଧାଇଁ ମୃତ୍ୟୁ ବରଣ କରି ସାରିଲେଣି, ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋରଧା ପଞ୍ଚାୟତ ସମିତି ଅଧିନସ୍ଥ ଗ୍ରାମପଞ୍ଚାୟତ ର ଭାଟପଡା ଗ୍ରାମ ରେ l ସେହି ଗ୍ରାମ ରଙ୍ଗି ପାତାଳସିଂହ, ସ୍ୱାମୀ – ସିଦ୍ଧନାଥ ପାତାଳସିଂହ ଦୀର୍ଘ ଦିନ ଧରି ରୋଗରେ ଶଯ୍ୟାସାୟୀ ହୋଇ ପଡ଼ିଥିବା ବେଳେ ଦୀର୍ଘ ଦୁଇ ମାସ ଧରି ଭତ୍ତା ଟଙ୍କା ଏବଂ ୨୦୨୫ ମସିହା ନଭେମ୍ବର ମାସ ରୁ ତାଙ୍କର ରେସନ କାର୍ଡ ଥାଇ ମଧ୍ୟ କୌଣସି ରେଶନ ସାମଗ୍ରୀ ପାଇ ନ ପାରି ଅର୍ଦ୍ଧlହାର ରେ ତା -୧୬.୫.୨୦୨୬ ରିଖ ରେ ମୃତ୍ୟୁ ବରଣ କରିଥିଲେ l ରାଜ୍ୟ ସରକାର ଙ୍କ ର ନିୟମ ଅନୁଯାୟୀ ଯେଉଁ ହିତାଧିକାରୀ ମାନେ ଅସୁସ୍ଥତା କାରଣରୁ ଭତ୍ତା ନେବାକୁ ପଞ୍ଚାୟତ କୁ ଆସି ପାରୁ ନାହାଁନ୍ତି ସେମାନଙ୍କ ଘର କୁ ଯାଇ ଭତ୍ତା ପ୍ରଦାନ କରିବା ର ପ୍ରାବଧାନ ରହିଥିବା ବେଳେ ବଙ୍ଗିଦା ଗ୍ରାମପଞ୍ଚାୟତ ରେ କାର୍ଯ୍ୟରତ ପି. ଇ. ଓ. ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସେ ଭତ୍ତା ପାଇବାରୁ ବଞ୍ଚିତ ହେବା ସହିତ ଶେଷରେ ଭତ୍ତା କୁ ଅପେକ୍ଷା କରି କରି ମୃତ୍ୟୁ ବରଣ କରିଛନ୍ତି l ଏହି ଖବର ପ୍ରଚାରିତ ହେବା ପରେ ବଙ୍ଗିଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ତତ୍ପରତା ଦେଖାଇ ତା -୨୧.୫.୨୦୨୬ ରିଖ ଦିନ ରଙ୍ଗି ପାତାଳସିଂହ ର ମାସକର ଭତ୍ତା ୧୦୦୦ ଟଙ୍କା ତାଙ୍କ ନାତି ସୁବ୍ରତ ପାତାଳସିଂହ ଠାରୁ ଟିପ ଚିହ୍ନ ନେଇ ପ୍ରଦାନ କରିଛନ୍ତି, ଯାହାକି ସୁବ୍ରତ ସ୍ୱୀକାର କରିଛନ୍ତି l ରଙ୍ଗି ପାତାଳସିଂହଙ୍କ ର ସ୍ଵାମୀ ସିଦ୍ଧ ନାଥ ପାତାଳସିଂହ ତା-୨୭.୧୧.୨୦୨୫ ତାରିଖ ରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ନାମ ରେ ଥିବା ରେସନ କାର୍ଡ ନମ୍ୱର -୧୯୦୯୦୨୧୦୪୮୯ ଟିରେ କୌଣସି ଚାଉଳ ଆଜି ପର୍ଯ୍ୟନ୍ତ ରଙ୍ଗି ପାତାଳ ସିଂହ ଙ୍କୁ ପ୍ରଦାନ କରାଯାଇ ନାହିଁ l ଏ ସମ୍ପର୍କ ରେ ବାଙ୍ଗିଦା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ରୁ ସେ ତାର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନାହାଁନ୍ତି l ଜିଲ୍ଲାପାଳ ଘଟଣା ଟିର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି ଦୋଷୀ ବ୍ୟକ୍ତି ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଗ୍ରାମବାସି ଦାବୀ କରିଛନ୍ତି l ଘଟଣା ଟିର ତଦନ୍ତ କରାଯିବ ବୋଲି ଖୋରଧା ମଣ୍ଡଳ ଉନ୍ନୟନ ଅଧିକାରୀ କହିଛନ୍ତି l ନଚେତ ଜିତୁ ମୁଣ୍ଡା ପରି ଆଉ ଏକ ଘଟଣା ଯେ ନ ଘଟିବ ସେ କଥା କିଏ କହିବ l