May 25, 2026

ନାରୀ ଅଧିକାର କୁ ନେଇ ବିଜେଡି ତରଫରୁ ବିଶାଳ ସମାବେଶ ଅନୁଷ୍ଠିତ

IMG-20260523-WA0043
Share

 

ମହିଳାଙ୍କ ୩୩%ସଂରକ୍ଷଣ ଦେବାରେ । ନାରୀ ନିର୍ଯ୍ୟାତନାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ବିଜେପି ସରକାର ବିରୋଧରେ ପ୍ରତିବାଦ ମହିଳା ସମାବେଶ ଜଗତସିଂହପୁର ଜିଲ୍ଲା, ଏରସମା ବ୍ଲକ ତହସିଲ ପଡିଆ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା ଏହି ସମାବେଶ । ଏରସମା -ବାଲିକୁଦା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ୱରେ ଏରସମା -ବାଲିକୁଦା ଉଭୟ ବ୍ଲକରୁ ଶହ ଶହ ମହିଳା ମାନେ ଏହି ସମାବେଶ ରେ ଯୋଗଦେଇଥିଲେ । ସର୍ବପ୍ରଥମେ ବିଜେଡି ପାର୍ଟି ଅଫିସ ରୁ ଏକ ବିଶାଳ ରାଲି ବାହାରି ମହତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଲାପରେ ଏରସମା ପଞ୍ଚାୟତ ସମିତି ଦେଇ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା । ଉକ୍ତ ସଭାରେ ଜଗତସିଂହପୁର ଜିଲ୍ଲା ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ଲୋରା ମହାପାତ୍ର ସଭାରେ ସଭାପତିତ୍ବ କରିଥିଲେ । ଉକ୍ତ ସଭାରେ ଏରସମା-ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ଏରସମା -ବାଲିକୁଦା ବ୍ଲକ ସଭାପତି ଓ ଏରସମା -ବାଲିକୁଦା ର ବିଜୁ ଜନତା ଦଳ ର ସମସ୍ତ କର୍ମକର୍ତା ମାନେ ଯୋଗଦେଇ ଥିଲେ ଏବଂ ନିଜ ନିଜ ଅଭିଭାଷଣ ରଖିଥିଲେ । ଏହି ମର୍ମରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ, ଏରସମା ତହସିଲଦାର ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସ୍ବର୍ଣପ୍ରଭା ସେନାପତି ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ । ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )