May 24, 2026

ମୋହନା ବ୍ଲକରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ସାଂସଦ ଓ ବିଧାୟକ ଦୁହେଁ ..

IMG-20260523-WA0020
Share

ମୋହନା(ଜୁନେସ ଶବର)ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ଦୀର୍ଘ ଦିନ ଧରି ପଡିରହିଥିବା ସ୍ୱାସ୍ଥ୍ୟ କାର୍ଡ ଗୁଡିକୁ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ଏବଂ ମୋହନା ନିର୍ବାଚନ ମଣ୍ଡଳୀ ର ବିଧାୟକ ଦାଶରଥି ଗମାଙ୍ଗ ଦୁହେଁ ଉପସ୍ଥିତ ରହି ସମସ୍ତ ଅଧିକାରୀ ମାନଙ୍କ ଉପସ୍ଥିତିରେ ମୋହନା ଅଞ୍ଚଳ ରେ ବାସ କରୁଥିବା ଗରିବ ପରିବାରଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଡ ବଣ୍ଟନ ଶିବିର ମୋହନା ବ୍ଲକ ବୈଠକ ଗୃହରେ ଦୁଇ ଅତିଥି ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି ଶିବିର ରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଜି ଦିନକରେ ପାଞ୍ଚ ଶହ ରୁ ଅଧିକା କାର୍ଡ ବଣ୍ଟନ ହୋଇଥିବା ଜଣାପଡିଛି। ଏହି ପରି ସମସ୍ତ ହିତାଧିକାରୀ କାର୍ଡ ଗୁଡିକ ପାଇବା ପର୍ଯ୍ୟନ୍ତ ଦୈନିକ କାର୍ଡ ବଣ୍ଟନ ହେବ ବୋଲି ସାଂସଦ ପ୍ରକାଶ କରିଛନ୍ତି। କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ ମାନେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ବିଧାୟକ ନିଜ ବକ୍ତବ୍ୟରେ ରାଜ୍ୟ ସରକାର ଙ୍କୁ ଅନୁରୋଧ କରି ମୋହନା ବ୍ଲକରେ ହେଉଥିବା ସମସ୍ତ ବିଭାଗର ଉନ୍ନୟନ କାର୍ଯ୍ୟ ନିମନ୍ତେ ଗତ ବର୍ଷ ଚାରି ଶହ କୋଟି ଟଙ୍କା ଅନୁଦାନ ପାଇଥିବା ପ୍ରକାଶ କରିଥିଲେ। ସାଂସଦ ଡ଼. ପାଣିଗ୍ରାହୀ ମୋହନା ଠାରେ ହେଉଥିବା ବସଷ୍ଟାଣ୍ଡ,ହେବାକୁ ଥିବା ଗୋ ଶାଳା,ଶୌଚାଳୟ ସହିତ ପୂର୍ତ୍ତ ବିଭାଗ ଦ୍ୱାରା ହୋଇଥିବା ରାସ୍ତା କାର୍ଯ୍ୟ ପରିଦର୍ଶନ କରିଥିଲେ। ସାଂସଦ ଙ୍କ ପରିଦର୍ଶନ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଙ୍କ ସମେତ ପୂର୍ତ୍ତ ବିଭାଗ,ବ୍ଲକ ଅଧିକାରୀ ଙ୍କ ସହିତ ଦଳୀୟ କର୍ମକର୍ତ୍ତା ମାନେ ମଧ୍ୟ ସଙ୍ଗରେ ଥିବା ଦେଖିବାକୁ ମିଳିଥିଲା।

You may have missed