ଗଜପତି ଜିଲ୍ଲା କେ ସୀତାପୁର ସ୍ଥିତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନିର୍ମିତ ଧର୍ମ କୁଣ୍ଡ ନାମକ ପୋଖରୀର ପୁନରୁଦ୍ଧାର ନିମନ୍ତେ ହସ୍ତ ବଢାଇଲେ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ
.
ଗଜପତି ଜିଲ୍ଲା କେ ସୀତାପୁର ସ୍ଥିତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନିର୍ମିତ ଧର୍ମ କୁଣ୍ଡ ନାମକ ପୋଖରୀର ପୁନରୁଦ୍ଧାର ନିମନ୍ତେ ହସ୍ତ ବଢାଇଲେ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ। ପୋଖରୀ ସ୍ଥଳ ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟର ତ୍ବରାନ୍ବିତ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପୋଖରୀ ନିର୍ମାଣ ହେଲେ ଅଞ୍ଚଳର ୧୦ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ମିଳିବ। ଦୀର୍ଘ ବର୍ଷ ହେଲା ଏହାର ପୁନରୁଦ୍ଧାର ହୋଇ ନ ଥିବାରୁ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଥିଲା। ଆମ ଓଡ଼ିଶା ବିକଶିତ ଓଡ଼ିଶା ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ଏଥିରେ ବିଧାୟକ ସହଯୋଗର ହାତ ବଢାଇ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳର ୫୦୦ ଏକରରୁ ଉର୍ଦ୍ଧ୍ବ ଚାଷ ଜମି ଜଳସେଚିତ ହେବା ସହ ମାଛଚାଷ ଓ ବୃକ୍ଷ ରୋପଣ କରି ପଞ୍ଚାୟତର ରାଜସ୍ୱ ବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି ବିଧାୟକ ଓ ଚାଷୀ।
