May 24, 2026

ଛତ୍ରପୁରଠାରେ ଓଡିଶା ମାନବାଧିକାର କମିଶନଙ୍କ କ୍ଯାମ୍ପ କୋର୍ଟ ଅନୁଷ୍ଠିତ

IMG-20260523-WA0017
Share

 

 

ଛତ୍ରପୁର , ୨୩.୦୫.୨୬ (ଅରୁଣ କୁମାର ପଣ୍ଡା )ଓଡିଶା ମାନବାଧିକାର କମିଶନ ତରଫରୁ ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଏକ କ୍ଯାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି କ୍ଯାମ୍ପ କୋର୍ଟରେ କମିଶନଙ୍କ ମାନ୍ଯବର ସଦସ୍ଯ ଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆବେଦନକାରୀମାନେ ମାନବାଧିକାର ଉଲଂଘନ ସମ୍ପର୍କିତ ନିଜନିଜର ଅଭିଯୋଗ ମାନ୍ଯବର ସଦସ୍ଯଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶ୍ରୀ ମହାପାତ୍ର ମୋଟ ୨୯ଟି ମାମଲାର ଶୁଣାଣୀ କରିଥିଲେ । ସେ ୨୨ଟି ମାମଲାର ତତ୍କାଳ ସମାଧାନ କରିଥିବା ବେଳେ ୭ଟି ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ତଲବ କରିଥିଲେ ।

 

ଜନସାଧାରଣଙ୍କ ଦ୍ବାରଦେଶରେ ନ୍ଯାୟ ପ୍ରଦାନ ଏବଂ ମାନବାଧିକାର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା କ୍ଯାମ୍ପ କୋର୍ଟର ମୁଖ୍ଯ ଉଦ୍ଦେଶ୍ଯ ବୋଲି ସେ ପ୍ରକାଶ କରିଥିଲେ ।

You may have missed