May 23, 2026

ଅଟୋ ଦୁର୍ଘଟଣାରେ ସାମନ୍ତରା ପୁର ମହିଳା ମୃତ

IMG-20260522-WA0057
Share

 

 

ତାରିଖ:୨୨/୦୫/୨୬

ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ସୁରୋଳ ପଞ୍ଚାୟତ ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମର ଗୋଟେ ପରିବାର ଗୋଟିଏ ଅଟୋରେ ଯାତ୍ରା କରୁଥିବା ସମୟରେ ପୁରୁଷୋତ୍ତମପୁର ଥାନା ସ୍ଥିତ ଲଡକାପଲ୍ଲୀ ଛକ ନିକଟରେ ବସ ଧକ୍କା ଦେଇ ଘୋଷାଡି ନେଇଥିଲା। ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାରର ଦୁଇ ନାବାଳିକା ଓ ଦୁଇ ମହିଳା ସହ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଆହତ ହୋଇଥିବା ସୂଚନା ମିଳିଛି।ସେଥିମଧ୍ୟରୁ ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରା ପୁର ଗ୍ରାମର ଲୀଳାବତୀ ବେହେରା (୪୨) ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।ଝିଆରୀ ର ପରୀକ୍ଷା ଫଳ ବାହାରିବା ପରେ ଲୀଳାବତୀ ନିଜ ବାପ ଘରକୁ ଯାଇଥିଲେ। ବାପଘର ପରିବାର ସହ ଲୀଳାବତୀ ସିଂହାସିନୀ ଦର୍ଶନ ଯାଇଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁ ବରଣ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଲୀଳାବତୀ ଙ୍କ ଶବ ସାମନ୍ତରାପୁର ଗ୍ରାମରେ ପହଞ୍ଚିଥିଲା ଶୁକ୍ରବାର ସନ୍ଧ୍ୟାରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଲୀଳାବତୀ ଙ୍କ ଶବ ସଂସ୍କାର କରାଯାଇଛି। କଂଗ୍ରେସ ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଦ୍ୟାନ ସାମନ୍ତରା ଓ ପାତ୍ରପୁର ବ୍ଳକ କଂଗ୍ରେସ ସଭାପତି ପ୍ରସନ୍ନ କୁମାର ପ୍ରଧାନ ଲୀଳାବତୀ ଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି। (ସୁଭଶ୍ରୀ ପ୍ରଧାନ )