May 23, 2026

ଏ.ଏସ.ବି.ଏମ୍. ଘରୋଇ ଶିକ୍ଷାନୁଷ୍ଠାନର ଶତପ୍ରତିଶତ ସଫଳତା 

IMG-20260522-WA0040
Share

 

ଛତ୍ରପୁର, ତା.୨୨ / ୫ /୨୬ ( ଅରୁଣ କୁମାର ପଣ୍ଡା )ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷାରେ

ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏ.ଏସ.ବି.ଏମ୍. ଇମ୍ପେରିଆଲ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଏହି ସଂସ୍ଥାର ଗୌରବକୁ ଅର୍ଜନ କରିଛନ୍ତି । ଚଳିତ ବର୍ଷ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଏହି ସଂସ୍ଥାନ୍ ର ମୋଟ ୨୪ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଥିବା କରିଥିବା ବେଳେ ସମସ୍ତେ କୃତ୍ତିତ୍ବର ସହ କୃତକାର୍ଯ୍ୟ ହୋଇଛନ୍ତି।

ସେଥୂମଧ୍ୟରୁ ୩ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧୂକ ନମ୍ବର ରଖୁଥ‌ିବା ବେଳେ ୨୧ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

କୃତ୍ତି ଛାତ୍ରୀ ସୁଶ୍ରୀ ଅଞ୍ଜଳି କୁମାରୀ ସାହୁ ୬୦୦ରୁ ୫୮୦ ନମ୍ବର ରଖି ଏହି ଅନୁଷ୍ଠାନରେ ପ୍ରଥମ ସ୍ଥାନ ଅଧୂକାର କରିଥିବା ବେଳେ ରାଜ୍ୟସ୍ତରରେ ଟପର ହୋଇଛନ୍ତି ।

ଛାତ୍ର ଅଂଶୁମାନ ମହାରଣା ୬୦୦ରୁ ୫୭୧ ନମ୍ବର ରଖୂ ଦ୍ବିତୀୟ ସ୍ଥାନ ଏବଂ ସୁଶ୍ରୀ ସୁନୀତା ନାୟକ ୬୦୦ରୁ ୫୫୨ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସମସ୍ତେ ଛାତ୍ରଛାତ୍ରୀ ମାନେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ ଅଟନ୍ତି ।

ଏହି ଅଭୂତପୂର୍ବ ସଫଳତା ପଛରେ ଅନୁଷ୍ଠାନର ପରିଚାଳନା କମିଟୀ ର ସମ୍ପାଦକ ତଥା ନିର୍ଦ୍ଦେଶକ ଆର୍. ରଘୁନାଥ ରେଡ୍ଡୀ ଏବଂ ସଭାପତି ସତ୍ୟବ୍ରତ ଶତପ‌ଥୀ ଙ୍କ ଉଦ୍ୟମରେ ଗୁରୁବାର ସନ୍ଧ୍ୟାରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରି ଶୁଭେଚ୍ଛା ଓ ଅଭିନନ୍ଦନ ସ୍ୱରୂପ କୃତ୍ତି ବିଦ୍ୟାର୍ଥୀ ମାନଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନିରନ୍ତର ପରିଶ୍ରମ, ପଠନ କ୍ଷେତ୍ରରେ କୃତାର୍ଥ ଲାଭ କରିବା ସାଂଗକୁ ଅଧ୍ୟାପକମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ଏବଂ ଅଭିଭାବକମାନଙ୍କ ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି ବୋଲି ଛାତ୍ରଛାତ୍ରୀ ମାନେ ମତ ପ୍ରକାଶ କରିଛନ୍ତି ।