ସିମରନ୍ ସ୍ୱାଇଁ ହେଲେ ଗଞ୍ଜାମ ବ୍ଲକ ଟାପର
ଗଞ୍ଜାମ,
ଯୁକ୍ତ +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଗଞ୍ଜାମ ବ୍ଲକର ଟପର ସହିଦ ଭଗତ୍ ସିଂହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ହୋଇଥିବା ଜଣାପଡିଛି l ଚଳିତ ବର୍ଷର । ବିଦ୍ୟାଳୟର ବିଜ୍ଞାନ ବିଭାଗର ଛାତ୍ରୀ ସିମରନ ସ୍ବାଇଁ ମୋଟ ୫୬୯ ମାର୍କ (୯୪.୮୮ ପ୍ରତିଶତ) ରଖି ଗଞ୍ଜାମ ବ୍ଲକର ସର୍ବୋଚ୍ଚ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସିମରନଙ୍କ ଏହି ଅସାଧାରଣ ସଫଳତା ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି। ସେହିଭଳି କଳା ବିଭାଗରେ ମଧ୍ୟ ବିଦ୍ୟାଳୟର ଛାତ୍ରୀ ଲକି ସାହୁ ସର୍ବାଧିକ ୫୨୪ ନମ୍ବର (୮୭.୩୩%)ରଖି କଲେଜ ଟପ୍ପର ହୋଇଛନ୍ତି। ସେ ଉଭୟ କୃତୀ ଛାତ୍ରଛାତ୍ରୀଙ୍କୁ । ଅଭିଭାବକମାନଙ୍କର ଆଶୀର୍ବାଦ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।ସେହିପରି ଗଞ୍ଜାମ ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗ ରେ ଛାତ୍ରୀ ସସ୍ମିତା ବେହେରା କଲେଜ ଟପର ହୋଇଛନ୍ତି l ସେ 522 ମାର୍କ ରଖିଛନ୍ତି l କଲେଜ ର ଦ୍ୱିତୀୟ ସ୍ଥାନ ରେ ସୁଇଟି ଦଳେଇ 503 ରଖିଛନ୍ତି l ଶ୍ରାବଣୀ ବେହେରା 485 ରଖି କଲେଜ ର ତୃତୀୟ ସ୍ଥାନରେ ରହିଛନ୍ତ l ସେହିପରି କଳାରେ ରେ ଗଞ୍ଜାମ କଲେଜ ର ପ୍ରତିଭା ରାଣୀ ଶତପଥୀ 478 ରଖି କଲେଜ ଟପର ହୋଇଛନ୍ତି l
ଏନେଇ ଅଧ୍ୟକ୍ଷା ଡ଼ଃ ସ୍ମରଣିକା ହୋତା ଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଶୁଭେଚ୍ଛା ଜଣାଇଛନ୍ତି l (ପ୍ରଦୀପ କୁମାର ପଣ୍ଡା )
