May 21, 2026

ଲୋକନାଥ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

IMG-20260521-WA0002
Share

।                      ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର କର୍ଣ୍ଣଧାର ତଥା ସମତା ଭିତ୍ତିକ ସମାଜ ଗଠନର ସ୍ୱର ଥିଲେ ଲୋକନାଥ ଚୌଧୁରୀ। ସେ ଥିଲେ ସାଲିସବିହୀନ ସଂଗ୍ରାମୀ ଓ କୁଜଙ୍ଗ ମାଟି ର ସାମ୍ୟବାଦୀ ଚିନ୍ତାଧାରା ର ପ୍ରତିକ୍, ଜଣେ ଅପ୍ରତିଦ୍ବନ୍ଦି ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲୋକନାଥ ଚୌଧୁରୀ ଙ୍କ ,,୧୦୧ ତମ ଜନ୍ମଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ କୁଜଙ୍ଗ କମ୍ୟୁନିଷ୍ଟ ଭବନ ଠାରେ ସ୍ବର୍ଗତ ଲୋକନାଥ ଚୌଧୁରୀ ଙ୍କ ଅବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ସିପିଆଇ ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଜାତୀୟ କଂଗ୍ରେସ ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ,ଜଗତସିଂହପୁର ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ମନ୍ତ୍ରି ଶଶୀଭୁଷଣ ବେହେରା,ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବରିଷ୍ଠ ସମାଜସେବୀ ବାଳକୃଷ୍ଣ ଜେନା,ସ୍ବର୍ଗତ ଲୋକନାଥ ଚୌଧୁରୀ ଙ୍କ ଦୁଇଝିଅ ସଂଯୁକ୍ତା ଚୌଧୁରୀ ଓ ସବିତା ଚୌଧୁରୀ ଙ୍କ ସମେତ କୁଜଙ୍ଗ ଅଞ୍ଚଳ ର ବରିଷ୍ଠ ସିପିଆଇ ନେତା ସୁବାସ ମହାପାତ୍ର ଙ୍କ ସମେତ ବରିଷ୍ଠ ମାନ୍ୟଗଣ୍ୟ ନେତୃବୃନ୍ଦ ଯୋଗଦେଇ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତିଚାରଣ କରିଥିଲେ l କୁଜଙ୍ଗ ବ୍ଲକ ପଡିଆ ଠାରେ ଆୟୋଜିତ ସର୍ବଦଳୀୟ ସଭା ରେ ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ଲୋକନାଥ ଚୌଧୁରୀ ଙ୍କ ନୀତି, ଆଦର୍ଶ ଓ ସାମ୍ୟବାଦୀ ଚିନ୍ତାଧାରା ରେ କିଭଳି ନିଜ ଅଞ୍ଚଳ ସହିତ ସାରା ଓଡିଶା ର କଥା କୁ ସଂସଦ ରେ ଉପସ୍ଥାପନ କରିଥିଲେ ତାହା ସ୍ବର୍ଗତ ଲୋକନାଥ ଚୌଧୁରୀ ଙ୍କ ଜନକଲ୍ୟାଣ ଚିନ୍ତାଧାରା ର ପ୍ରତିକ୍ ବୋଲି କହିଥିଲେ ଉପସ୍ଥିତ ନେତୃବୃନ୍ଦ l ଆଜି ରାଜ୍ୟ ତଥା ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି, ଏଠି ବିକାଶ ନାମରେ ବିନାଶ ଚାଲିଛି l ଆଜି ଦିନରେ ମହିଳା ସୁରକ୍ଷିତ ମଣୁନାହାନ୍ତି, ଦିନ ଦ୍ବିପ୍ରହର ରେ ପୋଲିସ ସାମ୍ନାରେ ହତ୍ୟାକାଣ୍ଡ ଘଟିଯାଉଛି l ହେଲେ ସରକାର ଆଜି ସ୍ଥାଣୁ ପାଲଟିଯାଇଛନ୍ତି,ଯାହାକୁ ସମ୍ପୂର୍ଣ ବିରୋଧ କରୁଥିଲେ ସ୍ବର୍ଗତ ଲୋକନାଥ ଚୌଧୁରୀ,। ସେ ଦେଖିଥିଲେ ସ୍ୱାଧୀନତା ର ସ୍ବପ୍ନ, ସେ ଥିଲେ ଅଞ୍ଚଳ ପାଇଁ ଜଣେ ବୀରପୁତ୍ର, କିପରି ସାଧାରଣ ଲୋକଟି ମୁହଁରେ ହସ ଫୁଟିବ । ଏହାଥିଲା ସେହି ମହାନ ବ୍ୟକ୍ତିତ୍ୱ ଙ୍କ ମହାନ ଚିନ୍ତାଧାରା l ଆଜି ଲୋକନାଥ ଚୌଧୁରୀ ନାହାନ୍ତି ସତ କିନ୍ତୁ କୁଜଙ୍ଗ ଓ ଜଗତସିଂହପୁର ଜିଲ୍ଲା ପାଇଁ କରିଥିବା କାର୍ଯ୍ୟ ଆଜି ତାଙ୍କୁ ସବୁଦିନ ମନେ ପକାଇବ ବୋଲି ଉପସ୍ଥିତ ଅତିଥି ମାନେ ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କୁଜଙ୍ଗ, ପାରାଦୀପ, ଏରସମା ସହିତ ସାମଗ୍ର ଜିଲ୍ଲା ରୁ ଲୋକନାଥ ଚୌଧୁରୀ ଙ୍କୁ ଭଲ ପାଉଥିବା ଏବଂ ସାମ୍ୟବାଦୀ ଚିନ୍ତାଧାରା ରେ ନିଜକୁ ଅନୁପ୍ରାଣିତ କରୁଥିବା ବ୍ୟକ୍ତି ବିଶେଷ ଓ କର୍ମୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ l (ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )