ଗୁଣ୍ଡାର ମା ଠାକୁରାଣୀ ଙ୍କ ଘଟଯାତ୍ରା
ଗୁଣ୍ଡାର ମା ଠାକୁରାଣୀ ଙ୍କ ଘଟଯାତ୍ରା
ଗତ26 ତାରିଖଠାରୁ 30 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଘଟଯାତ୍ର ଆଜି ସମାପ୍ତ ହେବାକୁ ଯାଉଛି। ଏହି5 ଦିନ ମା’ଙ୍କର ଘଟ ପରିକ୍ରମା ହୋଇଥାଏ । ଏବଂ ପ୍ରତିଦିନ ମନୋ ରଂଜନ ନିମନ୍ତେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ ହୋଇଥାଏ । ଗାଁଟିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଶାନ୍ତିଶୃଙ୍ଗଳା ରକ୍ଷା କରିବା ପାଇଁ ଯୁବକ ସଂଘ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଉକ୍ତ ଯାତ୍ରା ପ୍ରତି5 ବର୍ଷରେ ଅନୁଷ୍ଠିତ ହୋଇଥାଏ। ମାନସିକଧାରୀ ମାନେ ମା’ଙ୍କର ଘଟଧାରଣ କରିଥାନ୍ତି । ଆଜି ଶେଷ ଦିନରେ ଉଜନଗରୁ ଆସିଥିବା ଅପେରା ମହାଭାରତ ପରିବେଷଣ କରିଥିଲେ। ଲୋକମାନେ ବହୁ ମାତ୍ରାରେ ଉପଭୋଗ କରୁଛନ୍ତି ।। ରାତ୍ରି 10 ଘଟିକା ମଧ୍ୟରେ ମାଙ୍କ ଘଟ ଶେଷପରିକ୍ରମା ହେଲାପରେ ମା ନିଜ ଗୃହକୁ ଆନନ୍ଦରେ ପ୍ରତ୍ୟାବର୍ତ୍ତନ କରିବେ । ଏଥି ନିମନ୍ତେ ବିଶେଷ
ଉପାନ୍ତ ଓଡ଼ିଶା ବ୍ୟବସ୍ଥା କରାଯାଇଛି। ଅନେକ ବେଶ ପଟୁଆରରେ ଗାଁ ଦାଣ୍ଡ ପୁରି ଉଠୁଛି । ଏହି ଯାତ୍ରା ଉପଭୋଗ କରିବା ପାଇଁ ଦୁରଦୁରାନ୍ତରୁ ଲୋକଙ୍କ ସମାଗମ ହୋଇଥାଏ।
ଶ୍ରୀ ବିନୋଦ ଚନ୍ଦ୍ର ରଣାଙ୍କ ରିପୋଟ