May 17, 2026

ଉମରକୋଟ ରେ ୧୧ ଟା ପମ୍ପରୁ ୭ ଟାରେ ନାହିଁ ଡିଜେଲ……..

IMG-20260516-WA0011
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ରେ ଡିଜେଲ ପାଇଁ ହାହାକାର, ଯାନବାହାନ ର ଲମ୍ବା ଲାଇନ୍

ଉମରକୋଟ – ଇରାନ ଓ ଆମେରିକା ଯୁଦ୍ଧ ଯୋଗୁ ଭାରତକୁ ପେଟ୍ରୋଲ ଓ ଡିଜେଲ ଯୋଗାଣ ପର୍ଯ୍ୟାପ୍ତ ପରିମାଣରେ ଆସୁନଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଡିଜେଲ ପାଇଁ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି। ଆଜି ସକାଳୁ ଡିଜେଲ ପାଇଁ ବିଭିନ୍ନ ପମ୍ପ ରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ମୁତାବକ ଉମରକୋଟ ସହରରେ ଥିବା ୧୧ ଟା ପମ୍ପ ରୁ ୭ ଟି ରେ ଡିଜେଲ ନ ଥିବା ଜଣାପଡ଼ିଛି। ତେବେ ଜୟନ୍ ଅଟୋ, ଦକ୍ଷିଣେଶ୍ୱର, ଓ ଜିଓ ପମ୍ପ ରେ ହିଁ ଡିଜେଲ ଥିବାରୁ ସେଠାରେ ଟ୍ରକ୍, ବସ ଓ ଟ୍ରାକ୍ଟର ଗୁଡ଼ିକ ର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା।ବିଶେଷ କରି ଚାଷୀ ମାନେ ଚାଷ କାମ ପାଇଁ ଯାରକିନ ରେ ଡିଜେଲ ନେଉ ଥିଲେ ଏହାକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦେବା ପରେ ଚାଷୀ ମାନେ ଶତାଧିକ ସଂଖ୍ୟାରେ ଟ୍ରାକ୍ଟର ଆଣି ଉମରକୋଟ ଆସିଯିବ ଯୋଗୁ ପରିସ୍ଥିତି ଆହୁରି ଗମ୍ଭୀର ହେଇ ଯାଇଛି। ଏପରିକି ତୈଳ କମ୍ପାନୀ ମାନେ ପମ୍ପ କୁ ଡିଜେଲ ପଠାଇବା କମ୍ କରିଦେବା ସହ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରି ଦେଇଛନ୍ତି। ବର୍ତ୍ତମାନ ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପ୍ରତି ସରକାରୀ ପମ୍ପ କୁ ପ୍ରତି ୪ ଦିନରେ ଗୋଟିଏ ଡିଜେଲ ଟ୍ରକ୍ ଆଠାର୍ଥ ୨୨ ହଜାର ଡିଜେଲ ଯୋଗାଇ ଦିଅ।ଯାଉଛି। ପମ୍ପ କିପରି ଡ୍ରାଇ ନ ହେଇ ଯାଏ ସେଥି ପାଇଁ ପ୍ରତିଦିନ ୫ ହଜାର ଡିଜେଲ ବିକ୍ରି ପାଇଁ କମ୍ପାନୀ ପକ୍ଷ ରୁ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଉମରକୋଟ ରେ ଡିଜେଲ ର ସ୍ଵାଭାବିକ ବିକ୍ରି ସମୟରେ ପ୍ରତିଦିନ ୧୧ ଟା ପମ୍ପ ରେ ୪୦ ହଜାର ଲିଟର ଡିଜେଲ ବିକ୍ରି ହୁଏ। କିନ୍ତୁ ବର୍ତ୍ତମାନ ଡିଜେଲ ମିଳୁ ନାହିଁ ବୋଲି ଗୁଜବ ସୃଷ୍ଟି ହେବ। ପରେ ଲୋକେ ଭବିଷ୍ୟତ ରେ କାଳେ ଡିଜେଲ ମିଳିବ ନାହିଁ ବୋଲି ଆଶଙ୍କା କରିବା ଯୋଗୀ ବର୍ତ୍ତମାନ ପ୍ରତିଦିନ ୮୦ ହଜାର ଲିଟର ଡିଜେଲ ବିକ୍ରି ହେଉଛି। ଅପରପକ୍ଷ ରେ ଉମରକୋଟ ସହର କୁ ସ୍ୱାଭାବିକ ସମୟ ରେ ୪୦ ହଜାର ଡିଜେଲ ଚାହିଦା ଥିବା ବେଳେ କମ୍ପାନୀ ପକ୍ଷ ରୁ ବର୍ତ୍ତମାନ ୨୦ ହଜାର ଲିଟର ଡିଜେଲ ହିଁ ପମ୍ପ କୁ ଆସୁଛି। ଏହାଦ୍ୱାରା ବର୍ତ୍ତମାନ ଉମରକୋଟ ସହରରେ ଡିଜେଲ ର ଘୋର ସମସ୍ୟା ଦେଖା ଯାଇଛି। ଆଜି ସହର ର କିଛି ପମ୍ପ ରେ ପେଟ୍ରୋଲ ମଧ୍ୟ ସରିଯାଇଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି।। ଅପରପକ୍ଷେ ରେ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ ଓ ତେଲ କମ୍ପାନୀ ମାନେ ପମ୍ପ ଯେପରି ଡ୍ର ଲ।ଇ ନ ହୁଏ ଓ ପ୍ରତିଦିନ ଯେପରି ଲୋକେ ଡିଜେଲ ଓ ପେଟ୍ରୋଲ ପାଇ ପାରିବେ ସେଥି ପାଇଁ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ଦୈନିକ ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରିଛନ୍ତି। କିନ୍ତୁ ପମ୍ପ ରେ ତେଲ ଥାଇ ମିଳୁନି ବୋଲି ଗ୍ରାହକ ମାନେ ଅସନ୍ତୋଷ ପ୍ରକଟ କରିବା ସହ ପମ୍ପ ର କର୍ମଚାରୀ ଓ ମାଲିକ ମାନଙ୍କୁ ଗାଳି ଗୁଲଜ କରୁଥିବା ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ଏକ ମୁଖ୍ୟ ବାଣିଜ୍ୟିକ କେନ୍ଦ୍ର ହେଉ ଥିବାରୁ ଛତିଶଗଡ ୮୦ ପ୍ରତିଶତ ଟ୍ରକ୍ ଓ ୨୦ ପ୍ରତିଶତ ଟ୍ରକ୍ ଅନ୍ୟ ରାଜ୍ୟ ରୁ ଆସୁଥିବାରୁ

ଏଠାରେ ଡିଜେଲ ର ଚାହିଦା ଅଧିକ ରହିଛି। ଉମରକୋଟ ସହର ରେ ଡିଜେଲ ବିକ୍ରି ପାଇଁ ସ୍ୱାଭାବିକ ଅବସ୍ଥା କୁ ଆଣିବା ପାଇଁ ଅଧିକ ପରିଣାମ ର ଡିଜେଲ ଯୋଗାଣ ପାଇଁ। ଜିଲ୍ଲା ପ୍ରଶାସନ ଓ ଏଲ କମ୍ପାନୀ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବି ହେଉଛି।