May 16, 2026
ajiro khabar
Share

 

 

୧-ତେଲ ଦୁଃଖ, ଓଳିଏ ଥିଲେ ଓଳିଏ ନାହିଁ।

ସବୁଠିଁ ଅସମ୍ଭାଳ ଭିଡ଼। ତାଗିଦ୍ ସତ୍ତ୍ୱେ ସ୍ଥିତି ସୁଧୁରିଲା ନାହିଁ।

 

୨-ଭୁବନେଶ୍ୱର:ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ସହର ବଜାର।କେମିତି ହେବ ବା ସାବିତ୍ରୀ ବ୍ରତ ? ଫଳ ବଜାରରେ ତ ନିଆଁ, ଚିନ୍ତାରେ ଏବେ ସତ୍ୟବାନ!

 

୩-ରାଜ୍ୟରେ ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା।ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହୋଇଛି।

 

୪-ରାଜ୍ୟରେ ତେଲର ଅଭାବ ନାହିଁ, ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ : ମନ୍ତ୍ରୀ

 

୫-ଭୁବନେଶ୍ୱର: ଶକ୍ତି ସଂକଟରେ ଚଡ଼କ ପଡ଼ିଛି ଖାଉଟିଙ୍କ ମୁଣ୍ଡରେ। ପେଟ୍ରୋଲ, ଡିଜେଲ ହେଲା ୩ ଟଙ୍କା ମହଙ୍ଗା।

 

୬-ଭୁବନେଶ୍ୱର:ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମେ’ ୧୮ ଏବଂ ୨୫ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।

 

୭-ଭଦ୍ରକ:କାଡା ଡିଭିଜନ ଜୁନିଅର ଇଞ୍ଜିନିୟର ବିଜୟ କୁମାର ମହାନ୍ତି ଗିରଫ, ଯନ୍ତ୍ରୀଙ୍କର ୭ଟି ପ୍ଲଟ୍ ଠାବ,ଘରୁ ନଗଦ ୧ ଲକ୍ଷ ୭୩ ହଜାର ଓ ୩୫୦ ଗ୍ରାମ ସୁନା ଠାବ ହୋଇଛି ।

 

୮-ଆସିକା:ଖାକିରେ ଦାଗ, ସୁନା କିଣି ପଇସା ଦେଲେନି SDPO, ଶେଷରେ ହେଲେ ସସପେଣ୍ଡ।

 

୯-କଟକ:ଫିଟିଲା ସମାଧାନର ବାଟ, ବସ୍ ପାଇଁ ଉଦ୍ଦିଷ୍ଟ ରହିବ ସ୍ୱତନ୍ତ୍ର ପେଟ୍ରୋଲ୍ ପମ୍ପ।

 

୧୦-କଟକ:କନିକା ଛକସ୍ଥିତ ପେଟ୍ରୋଲ ପମ୍ପରେ ଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ, ୪୦୦୦ ଲିଟର ଗଛିତ ରଖି ଦେଉ ନଥିଲେ ତେଲ।

 

୧୧-କଟକ: ଟ୍ରାଫିକ ଛକରେ ନାହଁ ଛାମୁଣ୍ଡିଆ, ଅସହ୍ୟ ଖରାରେ ଲୋକେ କଲବଲ।

 

୧୨-ଭୁବନେଶ୍ୱର:ଗୋଟିଏ ଅଫିସ୍‌ରେ ଆଉ ଦୀର୍ଘଦିନ ନୁହେଁ,୩ ବର୍ଷ ହେଲେ ବଦଳି; ରାଜସ୍ୱ ବିଭାଗରେ କଡା ନିୟମ, ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

 

୧୩-ପେଟ୍ରୋଲ ଓ ଡିଜେଲ ଦର ପରେ ବଢ଼ିଲା ଖାଇବା ତେଲ ଦର,୧୫ କେଜି ପାମୋଲିନ୍ କୁ ୨୪୯୫ ଟଙ୍କା।

 

୧୪-ଭୁବନେଶ୍ୱର:କୋଳ ଉଜାଡ଼ି ଦେଲା କାଳ ଦୁର୍ଘଟଣା, ଚନ୍ଦକା ଦୁର୍ଘଟଣାରେ ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ।

 

୧୫-ଲକ୍ଷ୍ନୌ: ଚେନ୍ନାଇ ବିଜୟ ଧାରାରେ ବ୍ରେକ୍,ମାର୍ଶଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଲକ୍ଷ୍ନୌ ଠାରୁ ୭ ଓ୍ବିକେଟ୍ ରେ ହାରିଲା।

 

୧୬-NEET-UG 2026 ପେପର ଲିକ୍ ମାମଲା, ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା CBI।ଗିରଫ ଅଭିଯୁକ୍ତ ହେଲେ ପି.ଭି. କୁଲକର୍ଣ୍ଣି, ପୁଣେରେ ଜଣେ କେମିଷ୍ଟ୍ରି ଲେକ୍‌ଚରର ଥିଲେ।

 

୧୭-ବାରମ୍ବାର ପ୍ରଶ୍ନପତ୍ର ଲିକ୍ ପରେ ଚେତିଲା ଶିକ୍ଷା ମନ୍ତ୍ରାଳୟ।ଆସନ୍ତା ବର୍ଷରୁ ପରୀକ୍ଷା CBT ମୋଡ୍‌ରେ ହେବା ସହ ପୁନଃପରୀକ୍ଷା ପାଇଁ ନୂଆ ନିୟମ ମଧ୍ୟ ଆଣାଯାଇଛି।

 

୧୮-ମୁମ୍ବାଇ:ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୯୬.୧୪ ପାର୍।

 

୧୯-ଆବୁଧାବିରେ ପ୍ରଧାନମନ୍ତ୍ରୀ,ଭାରତ ଓ ୟୁଏଇ ମଧ୍ୟରେ ୭ ବୁଝାମଣା ପତ୍ର ସ୍ୱାକ୍ଷରିତ।

 

୨୦-ଇରାନକୁ ପୁଣି ଟ୍ରମ୍ପଙ୍କ ଧମକ: ବୁଝାମଣା ନ କଲେ ରହିବନି ଅସ୍ତିତ୍ୱ।