May 14, 2026

ବ୍ରହ୍ମଗିରି ବ୍ଲକରେ ଆମ ସଫଳତା ର ମୁଖ୍ୟ ପ୍ରଭାସାର

IMG-20260507-WA0035
Share

 

ଆମ ଚାନେଲ ପ୍ରତିନିଧି ରମେଶ ସାହୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିବାକୁ ଯାଇଥିବା ବେଳେ ବ୍ରହ୍ମଗିରି ବ୍ଲକ ଟପ୍ପର ୫୬୨ ନମ୍ବର ରଖି ସଫଳତା ଅର୍ଜନ କରିଥିବା ନନ୍ଦିନୀ ଦଳାଇ ଏବଂ ବିଭିନ୍ନ ବିଦ୍ୟାଳୟ ରୁ A1 ପାଇଥିବା ଛାତ୍ରଛାତ୍ରୀ ମାନେ ସମସ୍ତ ଶ୍ରେୟ ପ୍ରଭାସାର ଙ୍କୁ ଦେଇଥିଲେ l ଆମ ପ୍ରତିନିଧି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଭାସାରଙ୍କ ନିକଟକୁ ଯାଇଥିଲେ l ପ୍ରଭାସାର ଙ୍କୁ ଦେଖି ଆମ ଚାନେଲ ପ୍ରତିନିଧି ନିଜର କୋହ ସମ୍ଭାଳି ପାରିନଥିଲେ କାରଣ ତାଙ୍କର ଗୁରୁ ପ୍ରଭାସାର ଦୀର୍ଘ ପନ୍ଦର ପନ୍ଦର ବର୍ଷପରେ ନିଜ ଗୁରୁଙ୍କୁ ଦେଖିଥିଲେ ଚାନେଲ ପ୍ରତିନିଧି ରମେଶ l ପ୍ରଭାସାର ତାଙ୍କର ଏହି ଛାତ୍ରଛାତ୍ରୀ ମାନଙ୍କ ସଫଳତା ପାଇଁ ମହାପ୍ରଭୁ ଶ୍ରୀଅଲାରନାଥ ଙ୍କୁ ଦେବା ସହିତ ଛାତ୍ରଛାତ୍ରୀ ମାନେ ପାଠପଢିବା ସହିତ ମୋବାଇଲ ଛାଡି ଭଗବାନଙ୍କ ଶରଣ ରେ ନିଜକୁ ସମର୍ପିତ କରିଲେ ସଫଳତା ନିଶ୍ଚିନ୍ତ ମିଳିବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l