ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଡୁମ୍ବା ପାର୍କ ଠାରେ ମିଶନ ଶକ୍ତି କାଫେ ଉଦଘାଟିତ।

IMG-20230529-WA0003
Share

ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଡୁମ୍ବା ପାର୍କ ଠାରେ ମିଶନ ଶକ୍ତି କାଫେ ଉଦଘାଟିତ।

ପାରଳାଖେମୁଣ୍ଡି, ୨୯.୦୫.୨୦୨୩

ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଗ୍ରାମ ପଞ୍ଚାୟତର ଡୁମ୍ବା ପାର୍କଠାରେ ମିଶନ ଶକ୍ତି ଦ୍ଵାରା ପରିଚାଳିତ କାଫେକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର ଓ ମିଶନ ଶକ୍ତିର ମାଁ ବ୍ରାହ୍ମଣୀ ଦେବୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଡୁମ୍ବାଙ୍କ ଦ୍ୱାରା କାଫେ କେନ୍ଦ୍ରକୁ ଶୁଭ ଉଦ୍‌ଘାଟନ କରିଥିଲେ। ମହିଳା ସଦସ୍ୟ ମାନେ ଏହି କାଫେ ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଲାଭାନ୍ୱିତ ହେବା ସଙ୍ଗେ ସଙ୍ଗେ ଲୋକଙ୍କୁ ସୁଲଭ ଦରରେ ବିଭିନ୍ନ ପ୍ରକାର ଖାଦ୍ୟ ଆଦି ଉପଲବ୍ଧ ହୋଇପାରିବ ବୋଲି କୁହା ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଶନ ଶକ୍ତି ଅଧିକାରୀ ଶ୍ରୀ ରଶ୍ମୀ ରଞ୍ଜନ ସେଠୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସାଧାରଣ ପରିଚାଳକ ଶ୍ରୀ ସୁନାରାମ ସିଂ, ଆର.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲରିମନ୍ ଖର୍ସେଲ, ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀନାରାୟଣ ଶବର,ସ୍ଥାନୀୟ ସିଡ଼ିପିଓ, ମିଶନ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଠୀ ,ସ୍ଥାନୀୟ ଜନପ୍ରତିନିଧି ଓ ବ୍ଲକ ମିଶନ ଶକ୍ତିର କର୍ମ କର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

You may have missed