ytuyu-1-292x300-1-150x150-1-150x150-1-150x150-1
Share

*ଖବର ଆଜିର*

*ତାରିଖ ୨୯/୦୫/୨୦୨୩,ସୋମବାର*

 

ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଆଇପିଏଲ୍‌ ଫାଇନାଲ୍‌ ବର୍ଷା ଯୋଗୁ ସମ୍ଭବ ହୋଇପାରିନାହିଁ। ଫଳରେ ଆଜି ସୋମବାର ରିଜର୍ଭ ଡେ’ରେ ଏହି ଫାଇନାଲ୍‌ ଖେଳାଯିବ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦର ନୂତନ ଭବନ ଆମ ସମସ୍ତଙ୍କ ମନରେ ଗର୍ବ ଏବଂ ନୂତନ ଅଶାର ସଂଚାର କରିବ। ଶ୍ରୀ ମୋଦୀ ଫଳକକୁ ଉନ୍ମୋଚନ କରିବା ସହିତ ନୂତନ ସଂସଦ ଭବନକୁ ରାଷ୍ଟ୍ର ପାଇଁ ଉତ୍ସର୍ଗ କରିଥିଲେ।

 

ଆଧୁନିକ… ଆକର୍ଷଣୀୟ… ଅଦ୍ୱିତୀୟ… ନୂଆ ଭାରତର ନୂଆ ସଂସଦ ସୌଧ, କର୍ମଦ୍ୱାରରେ ଶୋଭା ପାଉଛି କୋଣାର୍କ ଚକ୍ର ।

 

ନୂଆ ସଂସଦରେ ଡାକ ଟିକଟ, ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ ।

 

ଅମଲ ସଂଘର ଚେତାନବୀ: ଦାବି ପୂରଣ ନ ହେଲେ ଜୁନ ପହିଲାରୁ ସମୁହ ଛୁଟି।

 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନ ଉଦଘାଟନକୁ ସ୍ୱାଗତ କଲେ ରାଷ୍ଟ୍ରପତି, କହିଲେ-ଦେଶ ପାଇଁ ଗର୍ବର ବିଷୟ ।

 

କଂଗ୍ରେସରେ ବଢିଲା ଦଳୀୟ କନ୍ଦଳ; ଚିରଞ୍ଜୀବ, ମୋକିମ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍, ଦକ୍ଷିଣରେ ନେତା ମୁହାଁମୁହିଁ ।

 

ଆଉ ତାନାଶାହୀ ଚାଲିବନି, ବରଂ ମହିଳା କୁସ୍ତି ଯୋଦ୍ଧାଙ୍କ ସତ୍ୟାଗ୍ରହ ଚାଲିବ: କେନ୍ଦ୍ର ସରକାରଙ୍କୁ ସାକ୍ଷୀ ମଲ୍ଲିକଙ୍କ ଚେତାବନୀ ।

 

ଜୁନ୍ ୧୨ରେ ବିରୋଧୀଙ୍କ ବଡ଼ ବୈଠକ: ୨୦୨୪ ନିର୍ବାଚନୀ ରଣନୀତି ପାଇଁ ପ୍ରସ୍ତୁତି ।

 

ସମ୍ବଲପୁର ଗସ୍ତରେ ଭି.କେ ପାଣ୍ଡିଆନ୍ । ମା’ ସମଲେଶ୍ୱରୀଙ୍କର କଲେ ଦର୍ଶନ । ।

 

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ କଟାକ୍ଷ: ‘ଉଦ୍‌ଘାଟନକୁ ରାଜ୍ୟାଭିଷେକ ଭାବୁଛନ୍ତି’ ।

 

ମୁଖ୍ୟମନ୍ତ୍ରୀ ସିଦେଙ୍କ ବଡ଼ ଘୋଷଣା: ବାନ୍ଦ୍ରା-ବର୍ସୋବା ସି-ଲିଙ୍କ୍ ହେବ ‘ବୀର ସାବରକର ସେତୁ’ ।

 

RJDର ବିବାଦୀୟ ଟ୍ୱିଟ୍, ନୂଆ ସଂସଦ ସହ କଫିନର ଫଟୋକୁ ମିଶାଇ ଟ୍ୱିଟ୍ ।

 

*🥀ସୁପ୍ରଭାତ ,ଶୁଭ ସକାଳ🥀*