ଗୋଷ୍ଠି ସଂଘର୍ଷ : ଚାରି ଗିରଫ କାର ଓ ବାଇକ ସମେତ ମାରଣାସ୍ତ୍ର ଜବତ
ବେଲଗୁଣ୍ଠା : (ସୁକାନ୍ତ କୁମାର ନାୟକ) ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେଇଙ୍ଗା ଗ୍ରାମରେ ଏକ ଗୋଷ୍ଠି ସଂଘର୍ଷ ଘଟଣାରେ ପୋଲିସ ଚାରି ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବଂ ଆକ୍ରମଣରେ ବ୍ୟବହୃତ କାତି , ଲୁହା ରଡ୍ ସମେତ କାର ଓ ବାଇକ ଜବତ କରିଛି ବେଲଗୁଣ୍ଠା ପୋଲିସ । ଗତ ୨୭ ତାରିଖ ରାତିପ୍ରାୟ ୧୦.୩୫ ସମୟରେ ଅଢ଼େଇଗାଁ ଗ୍ରାମର ଭାବ ଗ୍ରାହି ବେହେରା (୩୫) ବେଲଗୁଣ୍ଠା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସେହିଦିନ ସନ୍ଧ୍ୟାରେ ଗ୍ରାମର କାହ୍ନୁ ପ୍ରଧାନ ଓ ଚନ୍ଦନ ପ୍ରଧାନଙ୍କ ସହ ମିଶି ଶୌଚ ସାରି ଘରକୁ ଫେରୁଥିବା ବେଳେ ଭଞ୍ଜନଗର ଥାନା ଅନ୍ତର୍ଗତ କଇଣ୍ଡୀ ଗ୍ରାମର ଅମି ବେହେରା ଓ ଉଡ଼ୁରା ହରିଜନ ସାହିର ପ୍ରାୟ ବାଇଶି ଜଣ ବ୍ୟକ୍ତି ସାତଟି ମୋଟର ସାଇକଲ ଓ ଗୋଟିଏ କାରରେ ଆସି ଅଢ଼େଇ ଗାଁ ରାସ୍ତାରେ ସେମାନଙ୍କୁ ଅଟକାଇଥିଲେ । ଅଭିଯୁକ୍ତ ମାନେ କାହ୍ନୁ ପ୍ରଧାନଙ୍କୁ ଅତକିତ ଆକ୍ରମଣ କରିବା ସହ ଏକ କାତି ମାଧ୍ୟମରେ ତାଙ୍କ ବେକକୁ ଓ ଗୋଡକୁ ହାଣି ପକାଇଥିଲେ । ଭାବଗ୍ରାହି ଓ ଚନ୍ଦନକୁ ଲୁହା ରଡ ସାହାଯ୍ୟରେ ପିଟିବା ଦ୍ୱାରା ଭାବଗ୍ରାହିଙ୍କ ନାକରେ ଗଭିର ଆଘାତ ଲାଗିଥିବା ବେଳେ ଚନ୍ଦନ ଙ୍କ ଚ଼ନ୍ଦନ ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଗୁରୁତର ଆହତ କାହ୍ମୁ ଙ୍କୁ ପ୍ରଥମେ ଭଞ୍ଜନଗର ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ି କାଲ କୁ ସ୍ଥାନାନ୍ତରଣ କରାଯାଇଥିଲା । ଭାବଗ୍ରାହି ବେହେରାଙ୍କ ଅଭିଯୋଗ କ୍ରମେ ବେଲଗୁଣ୍ଠା ପୋଲିସ ଏକ ମାମଲା ରୁଜୁ କରି ଚାରି ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହେଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ କଇଣ୍ଡି ଗ୍ରାମର ଅମି ବେହେରା (୩୫) , ଉଡୁରା ଗ୍ରାମର ସିମା ନାଇକ (୩୦) , ପିତାମ୍ବର ନାଇକ (୩୨) ଓ ପ୍ରଦୀପ ନାଇକ (୩୪) । ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଗୋଟିଏ କାର ଓ ଚାରିଟି ମୋଟର ସାଇକେଲ ଜବତ କରାଯାଇଛି । ଗିରଫ କରି ଅଭିଯୁକ୍ତ ମାନଙ୍କୁ ଆଜି ଜଗନ୍ନାଥ ପ୍ରସାଦ କୋର୍ଟ କୁ ଚାଲାଣ କରାଯାଇଛି ।
