April 30, 2026

ବେଗୁନିଆ ବ୍ଲକ୍ ଓଷ୍ଟା ର ନୂତନ କର୍ମ କର୍ତ୍ତା ନିର୍ବାଚନ

IMG-20260429-WA0054
Share

 

 

ବେଗୁନିଆ ବ୍ଳକ ଓଷ୍ଠାର ନୂତନ କର୍ମକର୍ତ୍ତା ନିର୍ବାଚନ (ଉପାନ୍ତଖବର ମାନସ ରଞ୍ଜନ କର)

ଦୀର୍ଘ ୧୪ବର୍ଷ “ଗଣେଶ – ରତିକାନ୍ତ”କମିଟି ର ଅବସାନ ପରେ ବେଗୁନିଆ ବ୍ଲକ ଓଷ୍ଟା ସଂଘ ର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ଥିଲା, “ପଞ୍ଚ ପଲ୍ଲୀ ବାଉତି ବିଦ୍ୟାପୀଠ,ସାରୁଅ”ଠାରେ। ଦୀର୍ଘ ୧୦ବର୍ଷ ସଫଳତାର ସହିତ ବ୍ଲକ୍ ସଂପାଦକ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ପରେ ଜିଲ୍ଲା କମିଟିକୁ ନିର୍ବାଚିତ ହୋଇ ଗଲା ପରେ ଆଜି ଏହି ନୂତନ ସଭ୍ୟ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡିଙ୍ଗର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁ ସଭାପତି ଭାବେ ନିର୍ବାଚିତ ହେଲା ପରେ, କାର୍ଯ୍ୟକାରୀ ସଭାପତି ଭାବେ ବିଜୟ କୁମାର ପ୍ରଧାନ, ଉପ ସଭାପତି ଭାବେ କବିତା ଦତ୍ତ, ଗୁରୁବାରୀ ସାହୁ, ଓ ଅକ୍ଷୟ କୁମାର ମହାପାତ୍ର, ସମ୍ପାଦକ ଭାବେ ବଂଶୀଧର ପାଣିଗ୍ରାହି, ସଂଗଠନ ସମ୍ପାଦକ ଭାବେ ମାନସ କୁମାର ସେଠୀ,ଯୁଗ୍ମ ସମ୍ପାଦକ ଭାବେ ଶ୍ରୀନିବାସ ରଣସିଂହ,ନିରଞ୍ଜନ ବଡ଼ ଜେନା,ବିଷ୍ଣୁ ପ୍ରିୟା ବେହେରା ମନୋନୀତ ହୋଇ ଥିଲେ।

ଉକ୍ତ ସଭାରେ ସଭାପତି ଗଣେଶ୍ୱର ମିଶ୍ର ସଭା ପରିଚାଳନା କରିଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ,ପ୍ରକାଶ ଚନ୍ଦ୍ର ପଲେଇ, ରମେଶ ଚନ୍ଦ୍ର ପ୍ରଧାନ,ଜିଲ୍ଲା ଉପଦେଷ୍ଟା ଅମ୍ବିକା ପ୍ରସାଦ ପଟ୍ଟନାୟକ, କିଶୋର ସୁବୁଦ୍ଧି ଯୋଗ ଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର ପ୍ରଧାନ , ପ୍ରତିଭା ମଞ୍ଜରୀ ମହାପାତ୍ର ସଂଗଠନ ର ମହତ୍ଵ ବିଷୟ ରେ ଆଲୋଚନା କରିଥିଲେ। ରତିକାନ୍ତ କହଲସିଂ ଙ୍କ ଦୀର୍ଘ ଦିନର ସାଂଗଠନିକ ପ୍ରକ୍ରିୟା କୁ ପ୍ରଶଂସା କରା ଯାଇ ଥିଲା। ବ୍ରହ୍ମାନନ୍ଦ ମିଶ୍ର, ଅଜିତ୍ ବାବୁ ଓ ବ୍ଲକ୍ ର ଅନେକ ଶିକ୍ଷକ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ରତିକାନ୍ତ କହଲସିଂ ଧନ୍ୟବାଦ୍ ଅର୍ପଣ କରିବା ପରେ ସଭା ସାଙ୍ଗ କରା ଯାଇଥିଲା