April 29, 2026

ଜଳଛତ୍ର ର ଶୁଭାରମ୍ଭ କଲେ ସମାଜସେବୀ ମନୋଜ 

IMG-20260426-WA0204
Share

 

 

ବୋଲଗଡ଼,୨୬/୦୪(ସୁଶାନ୍ତ କୁମାର ପ୍ରଧାନ) ତାତିର ପ୍ରକୋପ ବଢ଼ିବାରେ ଲାଗିଛି । ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଘରୁ ବାହାରିବା ଏକ ପ୍ରକାର କଷ୍ଟ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ଥଣ୍ଡା ପାନୀୟର ଆବଶ୍ୟକତା କେବଳ ଖରାରେ ଯାଉଥିବା ବାଟୋଇ ହିଁ ବୁଝିପାରିବ। କିନ୍ତୁ ଏମାନଙ୍କ କଷ୍ଟ ଲାଘବ ପାଇଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତ୍ରୀ ଗ୍ରାମରେ ସମାଜସେବୀ ମନୋଜ କୁମାର ପ୍ରଧାନ ଓ ସାଥୀମାନଙ୍କୁ ନେଇ ଜଳଛତ୍ର ଓ ଦହି ପଣା ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବେଗୁନିଆ ବୋଲଗଡ଼ ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ ସ୍ଥାନରେ ଯାତାୟତ କରୁଥିବା ଜନସାଧାରଣ , ବାଟୋଇ, ପଥିକ ସମସ୍ତଙ୍କୁ ଜଳ ଜଳଛତ୍ର ର ସୁବିଧା ଯୋଗାଇଦେବା ପାଈଁ ଏବଂ ଏହି ଜଳଛତ୍ର ଓ ଦହିପଣା ବଣ୍ଟନ ଶୁଭାରମ୍ଭ ହୋଇଥିବା କଥା କହିଛନ୍ତି ଶ୍ରୀ ପ୍ରଧାନ | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ ।

You may have missed