ଦାଦନ କୁ ଯାଇ ଯୁବକ ନିଖୋଜ
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବତାଶନା ପଞ୍ଚାୟତ ଶୁଣ୍ଡି ଗୁଡା ଗ୍ରାମର ନୂତନ ହରିଜନ 20କାକିନାଡ଼ା ର ପେତା ପୁଡ଼ି ଗ୍ରାମରେ ଚିଙ୍ଗୁଡ଼ି ଚାଷୀ ପାଖରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ହେଲେ ଚଳିତ ମାସ 23ତାରିଖ ସନ୍ଧ୍ୟା ରେ ପାଣି ଆଣିବାକୁ ଯାଇ ନିଖୋଜ ହୋଇଯାଇଥିବା ଜଣା ଯାଇଛି ଏନେ ଇ ସେଠାରେ ଏତ ଲା ହୋଇଥିବାର ଗ୍ରାମ ବାସୀ. ଗଣ ମାଧ୍ୟମ ରେ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି. ପରି ଵହନ ବିଭାଗ ଓ ଶ୍ରମ ବିଭାଗ ର ଅବହେଳା ଯୋଗୁଁ କୋଟପାଡ଼ ଠାରୁ କେରଳ. ଚେନ୍ନାଇ. ହାଇଦ୍ରାବାଦ. ମାଡ୍ରାସ. କାକିନାଡ଼ା ସମେତ ବାହାର ରାଜ୍ୟ ରୁ ବସ. ଭେନ. ଦ୍ୱାରା ଗାଁ କୁ ଗାଁ ଯାଇ ଶ୍ରମିକ ମାନଙ୍କୁ ଦଲାଲ ଙ୍କ ଜରିଆରେ ବିଭିନ୍ନ ପ୍ରକାର ପ୍ରଲୋ ଭନ ଦେଖେଇ ଚାଲାଣ ହେଉ ଅଛି. କେବଳ ନିରୀହ ଲୋକଙ୍କୁ ହେଲମେଟ. ଗାଡି ର କାଗଜ ପତ୍ର ଯାଞ୍ଚ ଆଳ ରେ ଫାଇନ ଆଦାୟ କରା ଯାଉଛି କିନ୍ତୁ ଦୁଇ ତିନୋଟି ରାଜ୍ୟରୁ ଗାଡି ଜାତୀୟ ରାଜ ପଥ କଡ଼ରେ ପାର୍କିଙ୍ଗ ରହି ଗ୍ରାମାଞ୍ଚଳ କୁ ଯାଇ ଶ୍ରମିକ ଙ୍କୁ ଘରୁ ନେଉଛି. ସେହି ଗାଡିର ଫିଟନେସ. ପେରମିଟ. ଇତ୍ୟାଦି ଯାଞ୍ଚ କରା ଯାଉନାହିଁ. ସ୍ଥାନୀୟ ଶ୍ରୀମିକ ଦାଦନ ଖଟିବାକୁ ଯାଉଥିବାରୁ. ଏମ ଜି ଏନ ଆର ଜି ଇ ଏ ଯୋଜନା ଫେଲ ମାରୁଛି. ତେଣୁ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି. ବିହିତ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ରେ ଦାବୀ ହେଉଛି.ଆର ଟି ଓ ପୋଲିସ ଏବଂ ଶ୍ରମ ବିଭାଗ ଗୋଟିଏ ବିଭାଗ ଉପରେ ଆଉ ଏକ ବିଭାଗ ଦୋଷ ଦେଇ ଚାଲିଯାଉ ଥିବାରୁ ଘଟଣା ମାନ ଥମି ବାରେ ନାଁ ନେଉ ନାହିଁ ବୋଲି ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି I ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I