April 24, 2026

ପୂର୍ବତନ ବିଧାୟକ ମାନଙ୍କୁ ନେଇ ବିଜେଡି ର ବିଶାଳ ସଭା !!

IMG-20260422-WA0049
Share

 

ତିର୍ତ୍ତୋଲ ତା ::-୨୨/୪/୨୬,ବିଗତ ରାଜ୍ୟସଭା ନିମନ୍ତେ କ୍ରସ ଭୋଟିଂ କରି ଦଳୀୟ ଶୃଙ୍ଖଳା ଭଂଗ କରିଥିବା ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କୁ ବିରୋଧ କରି ଆଜି କୋଲର ଗ୍ରାମରେ ଆୟୋଜିତ ହୋଇଛି ବିଜେଡି ର କର୍ମୀ ସମାବେଶ !ତିର୍ତ୍ତୋଲ ସ୍ୱାଭିମାନ ମଞ୍ଚ ନାମରେ ଆୟୋଜିତ ଏହି ସମାବେଶ ରେ ବିଶେଷ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲେ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ, ଶ୍ରୀଯୁକ୍ତ ଚିରଞ୍ଜିବୀ ବିଶ୍ୱାଳ, ଡଃ. ରାଜଶ୍ରୀ ମଲ୍ଲିକ, ଶ୍ରୀଯୁକ୍ତ ପ୍ରତାପ ଜେନା !ବିଳମ୍ବରେ ହେଲେ ମଧ୍ୟ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଉପସ୍ଥିତ ହୋଇ ଥିବାର ଦେଖୁବାକୁ ମିଳିଥିଲା !ଅନ୍ୟ ମାନଙ୍କ ମଧ୍ୟରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ଜିଲ୍ଲା ଉପସଭାପତି ଅଶ୍ୱିନୀ କୁମାର ଦାସ, ଜିଲ୍ଲାପରିଷଦ ରଞ୍ଜିତା ସିଂହ, ସୁନୀଲ କୁମାର ବେହେରା, ମହିଳା ସଭାପତି ଲୋରା ମହାପାତ୍ର ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ରହି ତିର୍ତ୍ତୋଲର ସ୍ୱାଭିମାନ କୁ ଅକ୍ଷୁର୍ଣ୍ଣ ରଖିବାକୁ ଶପଥ ନେଇଥିଲେ !ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ସବୁଥିରେ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ସମର୍ଥନ କୁ ଦୃଢ଼ କରିବାକୁ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ !ଏକ ହଜାର ରୁ ଅଧିକ ସମର୍ଥକ ମାନେ ସମାବେଶ ରେ ଯୋଗ ଦେଇଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ପୂର୍ବତନ ବିଧାୟକ ମାନଙ୍କୁ ଏକ ମଞ୍ଚରେ ପାଇ ବହୁତ ଖୁସୀ ଅନୁଭବ କରୁଥିବାର ଦେଖିବାକୁ ମିଳିଥିଲା !ବିଶେଷ କରି ଦଳୀୟ ନୀତି ବିରୁଦ୍ଧରେ କ୍ରସ ଭୋଟିଂ କରିଥିବା ରମାକାନ୍ତ ଭୋଇ ଙ୍କୁ ତିର୍ତ୍ତୋଲ ର କୌଣସି ପଞ୍ଚାୟତ ରେ ପ୍ରବେଶ କରାଇ ନଦେବାକୁ କର୍ମୀ ମାନେ ସମର୍ଥନ କରିଥିଲେ !ଧନ୍ୟବାଦ ଅର୍ପଣ କରିଥିଲେ ରାଜ୍ୟ ବିଜେଡି ମୁଖପାତ୍ର ନାରାୟଣ ପ୍ରସାଦ ଜେନା !ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed