June 23, 2026

ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ କମ୍ପୁଟର ଏଡୁକେସନର ବାର୍ଷିକୋତ୍ସବ ଅନୁଷ୍ଠିତ l

IMG-20260422-WA0052
Share

 

ଏସସିଏସ କଲେଜ ବ୍ଯାକ ଗେଟ ରୋଡ ନିକଟସ୍ଥ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଅଫ କମ୍ପୁଟର ଏଡୁକେସନର ବାର୍ଷିକୋତ୍ସବ ଚକ୍ରତୀର୍ଥ ରୋଡ ସ୍ଥିତ ସଂସ୍କୃତି ଭବନ ଠାରେ ମଙ୍ଗଳବାର ଧୁମଧାମ ଓ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ଯ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରି କହିଲେ କମ୍ପୁଟର ଛାତ୍ରଛାତ୍ରୀ ମାନେ ଭଲପାଠ ପଢି ଚରିତ୍ର ବ୍ଯବହାର ସହ ଆତ୍ମ ବିଶ୍ବାସ,ସାଂଗଠନିକ ଦକ୍ଷତା ଓ ଡିଜିଟାଲ ଯୁଗରେ ନେଟୱର୍କ କାର୍ଯ୍ଯ ଉପରେ ଦକ୍ଷତା ବଢାଇଲେ ବ୍ୟାଙ୍କିଂ, ସ୍ବାସ୍ଥ୍ୟସେବା, ଶିକ୍ଷା ପ୍ରଶାସନିକ ଏଭଳି ସମସ୍ତ କ୍ଷେତ୍ରରେ ନିଜର ଭବିଷ୍ୟତ ଉଜ୍ଜ୍ବଳମୟ ହେବା ନିଶ୍ଚିତ । ଅନୁଷ୍ଠାନର ଉର୍ନ୍ନତି କାମନା ସହ ଡିଜିଟାଲ ନେଟୱର୍କ ସିଷ୍ଟମର ଅଧିକ ଜ୍ଞାନ କୌଶଳ ଦେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚିନ କୁମାର ପଟେଲ,ଏସସିଏସ କଲେଜ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଭିମନ୍ୟୁ ଭୂୟାଁ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସର ପ୍ରାଧ୍ୟାପକ ଡ.ବିଶ୍ୱନାଥ ମିଶ୍ର ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ସାଇବର କ୍ରାଇମ ଅପରାଧ ଡିଜିଟାଲ ନେଟୱର୍କ ବିଷୟରେ ଧ୍ୟାନ ଦେବା ସହ ସୁରକ୍ଷିତ ଓ ସଚେତନ ରହିବା ପାଇଁ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀ ମାନେ ଡିଜିଟାଲ ପ୍ଲାଟଫର୍ମରେ ଅଧିକ ଯତ୍ନବାନ ହେବା ଓ ଅଧିକ ଜ୍ଞାନ କୌଶଳ ଶିକ୍ଷା ନେବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏଡୁକେସନ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏଡୁକେସନର ନିର୍ଦ୍ଦେଶକ ମାନସ ରଞ୍ଜନ ସ୍ବାଇଁ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଗଣେଶ ବନ୍ଦନା କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ଷ୍ଟୁଣ୍ଡେଟ ଅଫ ଇୟର ଚିନ୍ମୟ ମହାରଣା, ଡିସିଏ ରେ ରୁଦ୍ର ପ୍ରତାପ ନାୟକ, ପିଜିଡିସିଏ ଶୁଭଶ୍ରୀ ପ୍ରଧାନ ଓ ଟାଲିରେ ଦେବୀପ୍ରସାଦ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଏଡୁକେସନର ପ୍ରିନସିପାଲ ପୂଜାରାଣୀ ବାରିକ ପରିଚାଳନା କରିଥିଲେ । ଉପସ୍ଥାପିକା ପାୟଲ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଓଡିଶୀନୃତ୍ଯ, ଆଧୁନିକ ଡ୍ଯାନ୍ସ, ଗୀତ ଓ ସଙ୍ଗୀତର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମନୋଭରି ଊପଭୋଗ କରିଥିଲେ ଅଭିଭାବକ ଅଭିଭାବିକାଙ୍କ ସମେତ ଛାତ୍ରଛାତ୍ରୀ ।ଏଡୁକେସନର ଷ୍ଟାପ ସୋନାଲି ସାହୁ ସଂଚାଳନ କରିଥିବା ବେଳେ ଚନ୍ଦନ ଦାସ, ସୂର୍ଯ୍ୟକାନ୍ତ ସାହୁ, ଚିନ୍ମୟ ମହାରଣା, ଶୁଭଶ୍ରୀ ବିଶୋଇ, ମଧୁସ୍ମିତା ଦାସ,ବାବୁନାଙ୍କ ସମେତ ଏଡୁକେସନର ସମସ୍ତ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । ଶେଷରେ ଏଡୁକେସନର ନିର୍ଦ୍ଦେଶକ ମାନସ ରଞ୍ଜନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed