April 24, 2026

ବୁଗୁଡ଼ାରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ 

IMG-20260417-WA0049
Share

ବୁଗୁଡ଼ା : ତା ୧୭/୦୪/୨୬ : ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ବ୍ଲକ କାର୍ଯ୍ଯାଳୟ ଏବଂ ନୂଆଁ ବସଷ୍ଟାଣ୍ଡ ପରିସରସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ ସାଙ୍ଗକୁ ତାଙ୍କର ବିଚାରଧାରା , ତ୍ଯାଗ , ସେବା , ସଂଗ୍ରାମ ଓ ସ୍ବାଭିମାନରେ ବ୍ରତୀ ହେବାକୁ ବିଜେଡି ପକ୍ଷରୁ ଶପଥ ଗ୍ରହଣ କରାଯାଇଥିଲା । ଏଥି ସହ ଅନେକ ଦଳୀୟ ନେତା ଓ କର୍ମୀ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସେଠାରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇ, କାର୍ଯ୍ୟକାରୀ ସଭାପତି କବିରାଜ ଗୌଡ, ସମ୍ପାଦକ ହରିହର ବିଷୋୟୀ, ଏନଏସି ସଭାପତି କେ.ତ୍ରିଲୋଚନ ଦୋରା, କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ଅମରେନ୍ଦ୍ର ସେନାପତି, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢୀ ଓ ସୂର୍ଯ୍ୟ ନାରାୟଣ ମହାନ୍ତି, କାଉନସିଲର ବବ୍ରୁ ପ୍ରଧାନ, ସରପଞ୍ଚ ରବି ନାୟକ, ସୁଶାନ୍ତ ପ୍ରଧାନ, ବାଳକୃଷ୍ଣ ଆଚାରୀ, ସଞ୍ଜୟ ବିଶ୍ବାଳ, ଜୟଦେବ ବେହେରା, ବସନ୍ତ ଶତପଥୀ ଓ ପ୍ରଦୀପ କୁମାର ଜେନା, ସମିତି ସଭ୍ୟ ଚିକୁ ବାରିକ, ଅଲେଖ ନାୟକ, ଜିତେନ୍ଦ୍ର ସ୍ବାଇଁଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ କର୍ମୀ ସାମିଲ୍ ରହିଥିଲେ ।

You may have missed