April 24, 2026

ପ୍ରତିଷ୍ଠା ହେଲା ମା କନକଦୁର୍ଗା ମନ୍ଦିର

IMG-20260417-WA0051
Share

 

ପୁରୀଜିଲ୍ଲା ପୁରୀ ସଦର ନୂଆନଇ ମୋହିନୀପୁର ନଦୀବନ୍ଧ ପାର୍ଶରେ ଥିବା କନକ ନଗର ର ପ୍ରତିଷ୍ଠାତାଙ୍କ କହିବାନୁସାରେ ତାଙ୍କ ଘର ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଗାଁ କପିଳେଶ୍ୱରପୁର ହୋଇଥିବା ବେଳେ ସେ ପୁରୀ ଲୋକନାଥ ରୋଡ଼ ସ୍ଥିତ ଛପନ ଛକ ଠାରେ ରୁହନ୍ତି l ବିଗତ କିଛିଦିନ ତଳେ ବେଲଦଳ ଗ୍ରାମପଞ୍ଚାୟତ ର ମୋହିନୀପୁର ଠାରେ ଏକ ସ୍ଥିତିବାନ ସମ୍ପତି କିଣି ସେଠାକୁ ଯେତେବେଳେ ବି ବୁଲିବାକୁ ଆସନ୍ତି ତାଙ୍କ ପଛରେ ଏକ ଛାୟା ସଦୃଶ ତାଙ୍କୁ ବିଚଳିତ କରିଥାଏ, ସିଏ ବ୍ୟସ୍ତ ହୋଇ କହିଲେ ଯେ ତୁ ଜୀଏବି ହୁଅ ମୁଁ ତୋ ମନ୍ଦିର ଏଠାରେ ତିଆରି କରିବି l ଯେବେଠାରୁ ସେ ମନ୍ଦିର ପ୍ରତିଷ୍ଠା କଥା କହିଛନ୍ତି ସେବେଠାରୁ ଆଉ ସେଇ ଛାୟାକୁ ଦେଖିବାକୁ ପାଇ ନାହାନ୍ତି l ପରେପରେ ମନ୍ଦିର କାରିଗର ସୁରେନ୍ଦ୍ରନାଥ ସାହୁଙ୍କ ସହିତ ଆଲୋଚନା କରି ମନ୍ଦିର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ମନ୍ଦିର କାରିଗର ସୁରେନ୍ଦ୍ରନାଥ ସାହୁଙ୍କ କହିବାନୁସାରେ ଯେତେବେଳେ ସେ ମାଙ୍କ ମନ୍ଦିର କାର୍ଯ୍ୟକ୍ରମ ଆରମ୍ଭ କରିଲେ ତାପରଠାରୁ ଯେତେ ବି କାମ ଆସେ କିନ୍ତୁ କରିହୁଏନାହିଁ କୌଣସି କାରଣ ରୁ ସେ କାମ ତାଙ୍କ ହାତରୁ ଚାଲିଯାଏ l ଦୁଇମାସ ଭିତରେ ମାଙ୍କ ମନ୍ଦିର ସମ୍ପୂର୍ଣ ହେଲାପରେ ଆଜି ପ୍ରତିଷ୍ଠା ଦିବସରେ ପ୍ରବଳ ଖରାରେ ମହିଳା ଏବଂ ପୁରୁଷମାନେ ଏକ ବର୍ଣ୍ଣାଢ୍ୟ ପରିବେଶ ରେ ବାଜା, ବାଣ, ସଂକୀର୍ତ୍ତନ, ନାଗନାଚ, ଦେବୀନୃତ୍ୟ କରି ଦୀର୍ଘ ଚାରିକିଲୋମିଟର ଯାଇ କଳସ ବୁଡାଇ ଆସିଥିଲେ ମଧ୍ୟ କାହାଗୋଡ଼ରେ ଏକ ଫୋଟକା ଦେଖିବାକୁ ମିଳିନଥିଲା l ସମସ୍ତେ ମା କନକ ଦୁର୍ଗାଙ୍କ ଜୟଗାନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l