April 24, 2026

ଉମରକୋଟ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋର ଙ୍କ ଉତ୍ପାତ……..

IMG-20260416-WA0043
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ ) ଦିନକୁ ଦିନ ବଢ଼ିବାରେ ଲାଗିଛି ଚରୋଙ୍କ ଉତ୍ପାତ। ଚରୋ ଙ୍କ ଉତ୍ପାତ ଯୋଗୁଁ ଅଶାନ୍ତ ହେବାରେ ଲାଗିଛି ଉମରକୋଟ ଅଞ୍ଚଳ । ଉମରକୋଟ ସହର ହେଉ କିମ୍ବା ପାଖ ତଳ ଗ୍ରାମାଞ୍ଚଳ ବେଧଡକ ଚାଲିଛି ସିରିଜ୍ ଚୋରି । କିଛି ମାସ ପୂର୍ବେ ୭୦ ଲକ୍ଷ ଚୋରି ତଥା କିଛି ଦିନ ତଳେ ଜଣକୁ ଆକ୍ରମଣ କରୀ ସୁନା ଗହଣା ଚୋରି ଘଟଣା ମନରୁ ନଲିଭୁଣୁ ଏବେ ଆଉ ଏକ ଚୋରି ଘଟଣା ସାମ୍ନା କୁ ଆସିଛି। ସୁଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁର୍ତୁମା ଗ୍ରାମର ସଞ୍ଜୀବ ବିଶ୍ୱାସ uv ୫ ନମ୍ବର ଗ୍ରାମରେ RCM ର ଏକ ଦୋକାନ କରିଛନ୍ତି। ସଞ୍ଜୀବ ସବୁଦିନ ଭଳି ଗତକାଲି ସନ୍ଧ୍ୟା ସମୟରେ ନିଜ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ହେଲେ ଆଜି ସକାଳେ ସଞ୍ଜୀବ ଦୋକାନ ଖୋଲିବା ପାଇଁ ଦୋକାନକୁ ଆସିବା ପରେ ଦେଖିବାକୁ ପାଇଲେ ଯେ ତାଙ୍କ ଦୋକାନ ରୁ ସଟର ଭାଙ୍ଗି କେହି ଦୁବୃର୍ତ୍ତ ଦୋକାନରେ ଥିବା କମ୍ପ୍ୟୁଟର ସହ ୩୦ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଯାହାର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇ ତୁରନ୍ତ ଥାନାକୁ ଯାଇ ଏତେଲା ଦେଇଥିଲେ। ଉକ୍ତ ଏତେଲାକୁ ଭିତ୍ତିକରି ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ତଦନ୍ତ ଭାର ସବ୍ ଇନ୍ସପେକ୍ଟର ସଞ୍ଜୟ କୁମାର ମଣ୍ଡଳ ସମ୍ଭାଳିଥିବା ବେଳେ କନେଷ୍ଟେବଳ ନରେନ୍ଦ୍ର ନାୟକ, ଗଣପତ୍ ମାଝୀ ତାଙ୍କୁ ସହଯୋଗ କରିଥିବା ଦେଖିବାକୁ ମିଳିଛି । ଏଇଠି ପ୍ରଶ୍ନ ଉଠୁଛି ଯେ ଚୋରି ଘଟଣା ରେ ପୋଲିସ ଅନେକ ଦୁର୍ଦ୍ଦାନ୍ତ ଚୋରଙ୍କୁ ଧରବାରେ କିଛି ଜାଗାରେ ସଫଳ ହେଇଥିଲେ ମଧ୍ୟ ଚୋରଙ୍କ ଉତ୍ପାତ ଦିନକୁ କାହିଁକି ବଢ଼ିବାରେ ଲାଗିଛି ଏବଂ ପୋଲିସ ର ପଇଁତରା ଆହୁରି କଡାକଡି ହେବା ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।

You may have missed