April 27, 2026

 କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ୨୦୨୬ ଆଜି ପ୍ରକାଶ ପାଇଛି…………

IMG-20260416-WA0044
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଫଳାଫଳ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଗୁରୁକୃପା ପବ୍ଲିକ୍ ସ୍କୁଲ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫଳାଫଳର ଇତିହାସକୁ ଦୋହରାଇ ଶହେ ଶତକଡ଼ା ଉତ୍ତୀର୍ଣ୍ଣ ହାର ସହ ସଫଳତା ହାସଲ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଅନୁଷ୍ଠାନର ଦଶମ ଶ୍ରେଣୀରେ ସର୍ବ ମୋଟ ୧୩୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୨ ଜଣ , ଦ୍ଵିତୀୟ ଶ୍ରେଣୀରେ ୪୨ ଓ ତୃତୀୟ ଶ୍ରେଣୀରେ ୫୧ ଜଣ ଛାତ୍ର ଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ସୁଶ୍ରୀ ଇଶା କର ୯୭.୨୦ % ନମ୍ବର ରଖି ବିଦ୍ୟାଳୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି ତତ୍ ସହିତ ସୁଶ୍ରୀ ସୁନିଧି ଗୁପ୍ତା ୯୬.୬୦%, ସୁଶ୍ରୀ ଦିଲିଶା ଲାଠିଆ ୯୪% ଓ ସୁଶ୍ରୀ ପଲକ୍ ଅଗ୍ରୱାଲ୍ ୯୨.୮୦% ରଖି ବିଦ୍ୟାଳୟର ଗୌରବ ଅର୍ଜନ କରିଛନ୍ତି। ଅନୁଷ୍ଠାନର ଏହି ଅପାର ସଫଳତା ନିମନ୍ତେ ଗୁରୁକୃପା ଅନୁଷ୍ଠାନର ସଭାପତି ଶ୍ରୀ ମନୋଜ କୁମାର ପାଢ଼ୀ, ସମ୍ପାଦିକା ଶ୍ରୀମତୀ ସାଗରିକା ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଚ୍ଚିନ୍ ଦାସ ଓ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନା ପାଣିଗ୍ରାହୀ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।*