ସାରଳା ଙ୍କ ନିତ୍ୟସେବକ ଅଶୋକ ରାଉଳ ଙ୍କ ବିୟୋଗରେ ଶୋକ
ତିର୍ତ୍ତୋଲ ତା 16/4/2026 ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପ୍ରାତଃ ମାର୍ଜ୍ଜନା ନିମନ୍ତେ ପ୍ରତିଦିନ ଏକ ପିତଳତସଲା ରେ କ୍ଷୀର, ମହୁ, କନ୍ଦ ମିଶ୍ରିତ ପଞ୍ଚାମୃତ ମାର୍ଜ୍ଜନା ସାମଗ୍ରୀ ପ୍ରସ୍ତୁତ କରି, ମାଆଙ୍କ ସେବାରେ ନିୟୋଜିତ ହୋଇଆସୁଥିବା ନିତ୍ୟସେବକ ଅଶୋକ କୁମାର ରାଉଳ (68) ଙ୍କର ଗତ ବୁଧବାର ରାତ୍ରୀ ଗୋଟାଏ ବେଳେ, ହୃଦଘାତ ରେ ପୀଡ଼ିତହୋଇ, ଜଗତସିଂହପୁର ମେଡିକାଲ କୁ ଯିବାବାଟରେ, ତରଡ଼ାପଡା ଠାରେ ଆକସ୍ମିକ ପରଲୋକ ହୋଇଯାଇଛି l ଖବରପାଇ ଗୁରୁବାର ସକାଳୁ, ତାଙ୍କର ଶେଷଦର୍ଶନ କରିବାପାଇଁ, କନକପୁର ଦେଉଳି ସ୍ଥିତ ବାସଭବନ ରେ ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ପୂର୍ବତନ ସରପଞ୍ଚ ବିଜୟ ନାୟକ, ଜନକଲ୍ୟାଣ ସୋସାଇଟି ର ସଭାପତି ଅଜୟ ରାଉଳ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ସମାଜସେବୀ ବ୍ରଜକିଶୋର ମଲ୍ଲିକ ଙ୍କ ସମେତ ବହୁ ପଣ୍ଡାସେବକ ଓ ସ୍ଥାନୀୟଅଞ୍ଚଳର ଅଧିବାସୀ ମାନେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳିଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ l ସାରଦା ଏକାଡେମୀ 1974 ବ୍ୟାଚର ତାଙ୍କର ସହପାଠୀ ମାନଙ୍କ ମଧ୍ୟରେ ଡଃ ଅମରେନ୍ଦ୍ର ଦାସ, ବ୍ୟାଚକମିଟିର ସଭାପତି ଗୁରୁଚରଣ ବ୍ରହ୍ମ, ଉପସଭାପତି କ୍ଷୀରୋଦ କୁମାର ରାଉଳ ସମ୍ପାଦକ ସୁରେନ୍ଦ୍ର ନାଥ ଓ କୋଷାଧକ୍ଷ ହେମନ୍ତ ସାହୁ ଙ୍କ ସମେତ ସମସ୍ତ ସହପାଠୀ ତାଙ୍କର ବିୟୋଗରେ ଗଭୀର ଶୋକପ୍ରକାଶ କରିଅଛନ୍ତି l ପୁରୀ ସ୍ୱର୍ଗଦ୍ୱାର ରେ ଅନ୍ତେଷ୍ଟକ୍ରିୟା ସମୟରେ ବିଦ୍ୟୁତପ୍ରଭା ରାଉଳ, ଲତା ରାଉଳ, ବିଶ୍ୱଜିତ ରାଉଳ, ଭ୍ରମରବର ରାଉଳ, ଦେବସ୍ମିତା ରାଉଳ, ମିତା ରାଉଳ କାହ୍ନୁଚରଣ ମେକାପ, ସୁପ୍ରିୟା ନାୟକ, ପୂଜାରାଣୀ ରାଉଳ, ଲିଜାରାଣୀ ରାଉଳ, ଅରୁଣାଞ୍ଜନ ମହାପାତ୍ର, ଦିଲ୍ଲୀପ ରାଉଳ, ରଶ୍ମିତା, ଦେବସ୍ମିତା, ତପନ ନାୟକ, ଲକ୍ଷ୍ମୀଧର ମହାପାତ୍ର ଓ ଦେବୀପ୍ରସାଦ ରାଉଳ ପ୍ରମ୍ମୁଖ ଏହି ଶବଶୋଭାଯାତ୍ରା ରେ ସାମିଲହୋଇଥିଲେ l ତାଙ୍କର ପୁତୁରା ପ୍ରଣବ ରାଉଳ (ଲିପୁ ) ମୁଖାଗ୍ନି ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
