ବେଆଇନ୍ ଗୋରୁ ଚୋରା ଚାଲାଣ ବେଳେ ଟ୍ରକ ସହ ଗୋ ମାଫିଆ ଙ୍କୁ ଗିରଫ କଲା ପୋଲିସ
ବେଲଗୁଣ୍ଠା : (ଉପାନ୍ତ ଖବର ) ସୁକାନ୍ତ କୁମାର ନାୟକ ଆଜି ପ୍ରଭାତ ପ୍ରାୟ ୪ ଟା ସମୟରେ ବେଲଗୁଣ୍ଠା ସ୍ଥିତ ବରଗାଁ ମୁଖ୍ୟ ରାସ୍ତାରେ ଏକ ଟ୍ରକରେ ୩୦ ରୁ ଅଧିକ ଗୋରୁଙ୍କୁ ବେଆଇନ୍ ଭାବେ ଚୋରା ଚାଲାଣ ହେଉଥିବା ବେଳେ ରାସ୍ତାରେ ଯାଉଥିବା କିଛି ଦଣ୍ଡୁଆ ଭକ୍ତ ମାନେ ପ୍ରଥମେ ଏହାକୁ ଦେଖି ଥିଲେ ଏବଂ ତୁରନ୍ତ ଦେଲଗୁଣ୍ଠା ବଜରଙ୍ଗ ଦଳ ଏବଂ ବରଗାଁ ଗ୍ରାମ ବାସିଙ୍କୁ ସୁଚନା ଦେଇଥିଲେ । ସୂଚନା ପାଇ ତୁରନ୍ତ ବେଲଗୁଣ୍ଠା ପ୍ରଖଣ୍ତ ବଜରଙ୍ଗ ଦଳ ର ବହୁ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଧରାପଡିବା ଭୟରେ ଗୋ ମାଫିଆ ଡ୍ରାଇଭର ଟ୍ରକ ଭିତରୁ ଗୋମାତାଙ୍କୁ ରାସ୍ତାରେ ଛାଡ଼ି ଖସି ପଳାଇ ବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା ପରେ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍ ସହ ଗୋ ମାଫିଆ ଡ୍ରାଇଭରକୁ ଗିରଫ କରିଥିଲା ଏବଂ ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଭାବେ ତନରଡ଼ା ସ୍ଥିତ ଗୋ ଶାଳା କୁ ସ୍ଥାନାନ୍ତର କରାଯାଇଥିଲା । ଗ୍ରାମବାସି ଏବଂ ବଜରଙ୍ଗ ଦଳ ର ସଚେତନା ଓ ସମୟୋଚିତ ପଦକ୍ଷେପ ଫଳରେ ଏହି ବେଆଇନ୍ ଭାବେ ହେଉଥିବା ଗୋ ଚାଲାଣ କୁ ରୋକା ଯାଇପାରି ଥିବାରୁ ଅଞ୍ଚଳ ବାସି ବଜରଙ୍ଗ ଦଳ ଓ ପୋଲିସ କୁ ସାଧୁବାଦ ଜଣାଇଛନ୍ତି ।
