April 24, 2026

ଓଡ଼ିଶା ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ* 

IMG-20260412-WA0107
Share

 

ପାରଳାଖେମୁଣ୍ଡି,ତା ୧୨.୦୪.୨୦୨୬

 

ଓଡ଼ିଆ ପକ୍ଷ ପାଳନ ର ଦ୍ୱାଦଶ ଦିବସ ରେ ଦେଶ ମାତୃକାର ସୁଯୋଗ୍ୟ ସନ୍ତାନମାନଙ୍କ ଉଦ୍ଦେଶ୍ୟ ରେ ଏହି ଦିନ ଉତ୍ସର୍ଗୀକୃତ କରାଯାଇଥିଲା। ଯାହାକି ଆଜି ସମସ୍ତ ବ୍ଲକ ଓ ଜିଲ୍ଲାସ୍ତରରେ “ବନ୍ଦନୀୟ ବରପୁତ୍ର ଦିବସ ” ବହୁ ଆଡମ୍ବରରେ ପାଳନ କରାଯାଇଥିଲା । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ, ବିଚିତ୍ରାନନ୍ଦ ବେବର୍ତ୍ତା, ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ,ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଗଜପତି ଓ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ, ଗଜପତି ମଞ୍ଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦଶ ଜଣ ବରପୁତ୍ର ଙ୍କ ଜୀବନୀ, ଆମ ସମାଜ ମାତୃଭାଷା ସାହିତ୍ୟ ଏବଂ ସଂସ୍କୃତି ପ୍ରତି ତାଙ୍କ ଅବଦାନ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆଲୋଚକ ଭାବରେ ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା,ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା, ଡ. ଭାରତୀ ପାଣିଗ୍ରାହି, ଡ. ରଶ୍ମିତା ପାତ୍ର, ଶ୍ରୀଯୁକ୍ତ ମୋନାଜ କୁମାର ପଟ୍ଟନାୟକ, ଶ୍ରୀଯୁକ୍ତ ଅମୂଲ୍ୟ କୁମାର ପାଣିଗ୍ରାହି ଓ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଗନ୍ତାୟତ ଙ୍କ ଭଳି ବରିଷ୍ଠ ନାଗରିକ, ଅଧ୍ୟାପିକା,ଶିକ୍ଷାବିତ ଏବଂ ଶିକ୍ଷକ ଯୋଗଦାନ କରିଥିଲେ। ଏହାପରେ ସ୍ଥାନୀୟ କବି/ କବୟିତ୍ରୀ, ଛାତ୍ର/ଛାତ୍ରୀ ଓ ସାହିତ୍ୟାନୁରାଗି ବ୍ୟକ୍ତିବିଶେଷଙ୍କୁ ନେଇ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା,ଏହି କାର୍ଯ୍ୟକ୍ରମରେ ୫୦ ଜଣ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନ ଓ ତାଙ୍କ କର୍ମଚାରୀଙ୍କ ସୋହଜଗ ରେ ପରିଚାଳନା କରାଯାଇଥିଲା ।

You may have missed