April 23, 2026

ରନ୍ଧନ ଗ୍ୟାସ ପାଇଁ ଲମ୍ବା ଲାଇନ..

IMG-20260412-WA0106
Share

 

 

କୋଲନରା:(ସଞ୍ଜୀବ କୁମାର କଣ୍ଡାଗରୀ) ସହରରେ ଭିଡ଼ ଦେଖିବାକୁ ମିଳୁନି। କିନ୍ତୁ କୋଲନରା ରେ ରନ୍ଧନ ଗ୍ୟାସ ନେବାକୁ ଏ ଗହଳି କେବେ ସରୁ ନାହିଁ। ଶହ ଶହ ସଂଖ୍ୟାରେ ରାତି ଅଧରୁ ଲାଇନ ଲଗାଇ ଖାଲି ଗ୍ୟାସ ହାଣ୍ଡି ନେଇ ଜଗି ରହୁଛନ୍ତି ଉପଭୋକ୍ତା। ସ୍ଥାନୀୟ ଲୋକେ ସକାଳୁ ଉଠି ଏଭଳି ଗହଳି ଦେଖିବା ସହିତ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ଏଭଳି ଗହଳି କାହିଁକି ହେଉଛି କେହି ବୁଝି ପାରୁ ନାହାଁନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯଦି ପ୍ରକୃତରେ ଗ୍ୟାସ ସମସ୍ୟା ତେବେ ମାସ ମାସ ଧରି ଏହି ସମସ୍ୟାର ସମାଧାନ ହେଉନାହିଁ କିପରି ? ସେହିପରି ଗତ କାଲି ଗ୍ୟାସ ଟ୍ରକ ଆସୁଛି ବୋଲି କେଉଁ ସୂତ୍ରରୁ ଖବର ପାଇ ପ୍ରାୟ ଶହେରୁ ଦେଢ଼ ଶହ ଲୋକ ଖାଲି ଗ୍ୟାସ ହାଣ୍ଡି ଧରି ଲାଇନ ଲଗାଇ ପଡିଆରେ ଜଗିଥିଲେ। କିନ୍ତୁ ପୂର୍ବାହ୍ନ ୧୦ ଟା ସୁଦ୍ଧା ଗାଡି ନ ଆସିବାରୁ ପୁଣି ସମସ୍ତେ ଖାଲି ହାଣ୍ଡି ଧରି ଫେରି ଯାଇଥିଲେ। ସେହିପରି ଆଜି ଗ୍ୟାସ ଗାଡି ଆସିବ ବୋଲି କେଉଁ ଆଡୁ ଖବର ପାଇ ପ୍ରାୟ ୩ ଶହରୁ ୪ଶହ ଲୋକେ ଲାଇନ ଲଗାଇ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଗ୍ୟାସ ଗୋଦାମ ଖୋଲିବା ସମୟ ସକାଳ ୯ ଟା ଠାରୁ ମଧ୍ୟାହ୍ନ ୧୨ ଟା ରହିଥିଲା। ସ୍ଥାନୀୟ ଲୋକେ ଗ୍ୟାସ ସରିଗଲେ ଏହି ସମୟ କୁ ଧରି ଗୋଦାମ କୁ ଯାଇ ଗ୍ୟାସ ଭରା ହାଣ୍ଡି ନେଉଥିଲେ। ଯେବେ ଠାରୁ ମଧ୍ୟପ୍ରାଚ୍ୟ ରେ ଯୁଦ୍ଧ ଆରମ୍ଭ ହେଲା ସେବେଠାରୁ ମାସାଧିକ କାଳ ଏଭଳି ଗହଳି ଏଠାରେ ସୃଷ୍ଟି ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଅଞ୍ଚଳ ର ଉପଭୋକ୍ତା ଙ୍କୁ ନେଇ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ରନ୍ଧନ ଗ୍ୟାସ ଯୋଗାଣ ହଠାତ ଏତେ ବିଶୃଙ୍ଖଳିତ ହେଲା କାହିଁକି ? ଏହାର ଉତ୍ତର ଗୋଦାମ ଵାଲା ଙ୍କୁ ପଚାରିଲେ ଉତ୍ତର ମିଳୁନାହିଁ। ଏଠାରେ ଉଲ୍ଲେଖ ଥାଉକି ରାୟଗଡା ଠାରୁ ଆରମ୍ଭ କରି କତପେଟା, ମାଲିଗାଁ, ଜେକେପୁର, ଥେରୁବାଲି ସମେତ ଅନ୍ୟ ଅଞ୍ଚଳରୁ ଉପଭୋକ୍ତା ଏହି ଗୋଦାମ ଅଧୀନକୁ ଆସିଲେ କେଉଁଠୁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।