ଆଜିର ଖବର..
୧-ଭୁବନେଶ୍ୱର:ସବୁ କଲେଜରେ ICC ଗଠନ ବାଧ୍ୟତାମୂଳକ। ଅବହେଳା କଲେ ନାମ ଲେଖାରୁ ବାଦ୍ ପଡ଼ିବେ।
୨-ଭିତିଭୂମି ବିକାଶ ପାଇଁ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜକୁ ୫୦୦ କୋଟି, ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ।
୩-ଚଳିତ ଦୂର୍ଗାପୂଜା ପୂର୍ବରୁ ହୋଇପାରେ ଛାତ୍ର ସଂସଦ ନିର୍ବାଚନ, ଇଂଗିତ କରୁଛି ଆଦର୍ଶ ଆଚରଣ ବିଧି।
୪-କଟକ:ବଜାରକୁ ଆସିଲା “ପଖାଳ କଂସା”, ପ୍ୟାକେଟର ମୂଲ୍ୟ ରହିଛି ୨୦୦ ଟଙ୍କା।
୫-ଭୁବନେଶ୍ୱର:ପ୍ରଫେସର ଶ୍ଯାମା ରଥ ହେବେ ନୂଆ UGC ସଚିବ।
୬-ଭୁବନେଶ୍ୱର ସାଲିଆ ସାହିରେ ପୁଣି ହଣାକଟା, ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ।
୭-ସାଲେପୁର,ଭାତପଡ଼ା:ଦୁଇ ବସ୍ ମଧ୍ୟରେ ଓଭରଟେକ୍ ପ୍ରତିଯୋଗିତା ପାଇଁ ଦୁର୍ଘଟଣା; ୩୦ରୁ ଅଧିକ ଆହତ।
୮-ଢେଙ୍କାନାଳ:ରୋଗୀକୁ ବଞ୍ଚାଇ ଫେରୁଥିବା ଆମ୍ବୁଲାନ୍ସ, ଟ୍ରକ୍ରେ ପିଟି ହୋଇ ଚୁରମାର; ଚାଲିଗଲା ଆଟେଣ୍ଡାଣ୍ଟଙ୍କ ଜୀବନ।
୯-ଜରିମାନା ଆଦାୟରେ ମାତିଛି ପରିବହନ ବିଭାଗ, ସେପଟେ ବଢ଼ିଚାଲିଛି ଦୁର୍ଘଟଣା, ରୋକିବାକୁ କାହାର ନାହିଁ ନିଘା।
୧୦-ଖୋଲା ବଜାରରୁ ଉଭାନ୍ ୫ କେଜିଆ ଗ୍ୟାସ୍ ସିଲିଣ୍ଡର ; ନିରାଶ ହେଉଛନ୍ତି ଛାତ୍ରଛାତ୍ରୀ ଓ ଶ୍ରମିକ।
୧୧-ରାୟ ପାଇଁ ପୁଣି ଅପେକ୍ଷା; ମହାନଦୀ ଟ୍ରିବ୍ୟୁନାଲକୁ ମିଳିଲା ଅଧିକ ସମୟ, ଅବଧି ବଢ଼ାଇଲେ କେନ୍ଦ୍ର ସରକାର।
୧୨-ଶେଷ ହେଲା ଦ୍ବିତୀୟ ପର୍ଯ୍ୟାୟ ରତ୍ନ ଅଳଙ୍କାର ଗଣତି ମଣତି, ୧୯୭୮ ତାଲିକା ଅନୁସାରେ ହେଲା ମେଳକ।
୧୩-ସଞ୍ଜୁସାମସନଙ୍କ ସେଞ୍ଚୁରୀ, ଖୋଲିଲା ଚେନ୍ନାଇ ସୁପର କିଙ୍ଗ୍ସ ଖାତା, ୨୩ ରନ୍ରେ ହାରିଲା ଦିଲ୍ଲୀ କ୍ୟାପିଟାଲ।
୧୪-କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେ ଅସୁସ୍ଥ,ମୁମ୍ବଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହେଲେ ଭର୍ତ୍ତି ।
୧୫-ହେଲଥ୍ ଇନସ୍ୟୁରାନ୍ସ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି! ଏଣିକି ମନଇଚ୍ଛା ବିଲ୍ କରିପାରିବେନି ହସ୍ପିଟାଲ୍, ଆସୁଛି ନୂଆ ନିୟମ।
୧୬-ବଙ୍ଗରେ ନିର୍ବାଚନ ତାତି ; ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡିର ଚଢାଉ।
୧୭-ଲଗଜୁରୀ କାର୍ ଓ୍ବାର୍ଲ୍ଡରେ ପ୍ରିୟଙ୍କା ଚେପ୍ରାଙ୍କ ଏଣ୍ଟ୍ରି, ହେଲେ ବେଣ୍ଟଲିର ନୂଆ ବ୍ରାଣ୍ଡ ଆମ୍ବସଡର।
୧୮-ହର୍ମୁଜ ପାର କଲା ଭାରତର LPG ଟ୍ୟାଙ୍କର ‘ଜଗବିକ୍ରମ’, ଯୁଦ୍ଧବିରାମ ପରେ ବାହାରିଥିବା ପ୍ରଥମ ଜାହାଜ।
୧୯-ହର୍ମୁଜରୁ ଲେବାନନ ପର୍ଯ୍ୟନ୍ତ, ଇସଲାମାବାଦରେ ବଡ଼ ସର୍ତ୍ତ ରଖିଲା ଇରାନ, ଏବେ ଏବେ USର ପାଳି।
୨୦-ଆର୍ଟେମିସ୍-୨ ମିଶନ:ଓରିଅନ୍ ମହାକାଶଯାନ ପୃଥିବୀଠାରୁ ୪୦୬,୭୭୧ କିଲୋମିଟର ଯାତ୍ରା କରିଥିଲା, ଯାହା ମହାକାଶରେ ମଣିଷ ଦ୍ୱାରା ଅତିକ୍ରମ କରାଯାଇଥିବା ସବୁଠାରୁ ଅଧିକ ଦୂରତା।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
