April 23, 2026

ଧୂମଧାମ ର ସହିତ ପାଳନ ହେଉଛି ମା ତାରିଣୀ ମହୋତ୍ସବ

IMG-20260412-WA0039
Share

 

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଦେକୁଦି ଗ୍ରାମରେ ମା ତାରିଣୀ ମହୋତ୍ସବ ଏପ୍ରିଲ ୯ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ମହାଡ଼ମ୍ବର ରେ ପାଳନ କରାଯାଉଛି l ଏହି କାର୍ଯ୍ୟକ୍ରମକୁ ଦେକୁଦି ଗ୍ରାମ ସଭାପତି ଏବଂ ତାରିଣୀ ଉନ୍ନୟନ କମିଟି ସଭାପତିଙ୍କ ଅଧକ୍ଷତାରେ ଗତକାଲି ସନ୍ଧ୍ୟାରେ ଅତିଥିଭାବେ ଶିକ୍ଷାବିତ ତତ୍ତ୍ୱକବି ବିଭୁଦତ୍ତ ଭିକାରୀ ଚରଣ ଜେନା, ପୂର୍ବତନ ବ୍ଲକ ଅଧକ୍ଷ ଅଧିକାରୀ ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୈଳାଶ ପରିଡା, ସରକାରୀ ଆଡଭୋକେଟ ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ରାହ୍ମଣିଆ ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଜୟ କୁମାର ସାହୁ, ଧରଣୀକୁଦି ଗ୍ରାମପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ବିଶ୍ୱାଳ, ବଡବେଣାକୁଦି ଗ୍ରାମପଞ୍ଚାୟତ ସରପଞ୍ଚ ଶାନ୍ତିଲତା ସୁବୁଦ୍ଧି, ଗଡ଼ରୋଡ଼ଙ୍ଗ ସରପଞ୍ଚ ନମିତା ବଳିୟାରସିଂ, ଶିକ୍ଷାବିତ ଅକ୍ରୁର ପ୍ରଧାନ, ୱାର୍ଡ ସଭ୍ୟ ଜଗନ୍ନାଥ ବାରିକଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୋଟିପୁଅ ଏବଂ ରାତ୍ରରେ ରାମ ନାଟକ ପରିବେଷଣ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed