April 24, 2026

ଓଡ଼ିଆ ପକ୍ଷ 2025 ଅବସର ରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ରେ ବରିଷ୍ଟ କଳାକାର ମାନଙ୍କୁ ସମ୍ମାନିତ।

IMG-20260410-WA0035
Share

   ଓଡ଼ିଆ ପକ୍ଷ 2025 ଅବସର ରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ରେ ବରିଷ୍ଟ କଳାକାର ମାନଙ୍କୁ ସମ୍ମାନିତ। ପାରଳାଖେମୁଣ୍ଡି – ରାଜ୍ୟ ସରକାର ଙ୍କ ଦ୍ଵାରା ସାରା ରାଜ୍ୟ ରେ ଆୟୋଜିତ ହୋଉଥିବା ନୂଆ କାର୍ଯ୍ୟକ୍ରମ ଓଡ଼ିଆ ପକ୍ଷ କାର୍ଯ୍ୟକ୍ରମ ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଙ୍କ ନେତୃତ୍ଵ ରେ ଲୋକ କଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୂପେସ ପାଣଗ୍ରାହୀଙ୍କ ଯୋଗଦେଇ ବରିଷ୍ଟ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା । ଗଜପତି ଜିଲ୍ଲା ର ଜଣାଶୁଣା ବରିଷ୍ଟ କଳାକାର କଣ୍ଠଶିଳ୍ପୀ ନୃସିଂହ ପ୍ରସାଦ ପଟ୍ଟନାୟକ, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ରଘୁନାଥ ପାତ୍ର, ମଞ୍ଚ ଅଭିନେତା ନୃସିଂହ ଚରଣ ପଟ୍ଟନାୟକ, ମଞ୍ଚ ଅଭିନେତା ଦେବେନ୍ଦ୍ର ଦାସ, ନୁତ୍ୟ ନିର୍ଦ୍ଦେଶକ ହେମଗିରି, ପାଇକ ଆଖଡ଼ା ରେ ପ୍ରସିଦ୍ଧଲାଭ କରିଥିବା କଳାକର ତିରୁପତି ପାତ୍ର ପ୍ରମୁଖ କଳାକାର ମାନଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା , ଏହି ଲୋକ କଳା ଦିନଟିଏ କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ସଂସ୍କୃତି ବିଭାଗ ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ପୌର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଂସଦ ପ୍ରତିନିଧି ଆଦର୍ଶ ଦାସ ସମସ୍ତ ପୌର ପରିଷଦ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ

You may have missed