April 24, 2026

ମା ଉଗ୍ରତାରା ଯୁବକ ସଙ୍ଘ ପକ୍ଷରୁ ନିଶୁକ୍ଳ ବ୍ରତୋପନୟନ ଅନୁଷ୍ଠିତ l

IMG-20260410-WA0038
Share

 

ଆଜି ପୁରୀ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟ ମା ଉଗ୍ରତାରାଙ୍କ ପ୍ରାଙ୍ଗଣରେ ମା ଉଗ୍ରତାରା ଯୁବକ ସଙ୍ଘ ପକ୍ଷରୁ ନିଶୁକ୍ଳ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି l ଏହି ବ୍ରତୋପନୟନ କାର୍ଯ୍ୟକ୍ରମ ରେ ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ୩୧ ଜଣ ବ୍ରାହ୍ମଣ ପରିବାର ର ପୁଅ ମାନଙ୍କ ବ୍ରତୋପନୟନ ମହାଡ଼ମ୍ବରରେ କରାଯାଇଅଛି l ଏହି କାର୍ଯ୍ୟକ୍ରମକୁ ପୁରୀ ର ୩୧ ଜଣ ବ୍ରାହ୍ମଣ, ୩୧ ଜଣ ଅବଧାନ ଏବଂ ୩୧ଜଣ ବାରିକ ଯଥା ରୀତିରେ କାର୍ଯ୍ୟ ସମ୍ପନ୍ନ କରାଯିବା ସହିତ ରୋଷଣୀ ମହାଡ଼ମ୍ବରରେ ସମ୍ପନ୍ନ ହୋଇଛି l ୩୧ ବ୍ରାହ୍ମଣପିଲାଙ୍କ ପରିବାର ସଦସ୍ୟ ମାନଙ୍କୁ ସକାଳୁ ଜଳପାନ ବ୍ୟବସ୍ଥା କରାଯିବା ସହିତ ଦ୍ବିପହର ରେ ମହାପ୍ରସାଦ ସେବନ ସହିତ ପ୍ରବଳ ରୁଦ୍ରତାପ ରୁ ରକ୍ଷା ନିମନ୍ତେ ଦହି ସର୍ବତ ର ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଉଗ୍ରତାରା ଯୁବକ ସଙ୍ଘର ସଦସ୍ୟ ପୁରୀ ସଦରର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପ୍ରଶାନ୍ତ କୁମାର ମହାନ୍ତି, ବଳଭଦ୍ର ମହାପାତ୍ର, ଅଜିତ ନନ୍ଦ ଅଭିଜିତ ପଣ୍ଡା, ନାରାୟଣ ପ୍ରତିହାରୀ, ରଜନୀକାନ୍ତ ପଟ୍ଟନାୟକ, ରାଜକିଶୋର ମହାନ୍ତି, ତ୍ରିନାଥ ବାରିକ, ବିପିନଦତ୍ତ ମହାପାତ୍ର ଓ ଗୌରୀଶଙ୍କର ଖଟେଇଙ୍କ ସହିତ ସଙ୍ଘର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed