April 24, 2026

ପୌର ପରିଷଦ ବାର୍ଷିକ ଆର୍ଥିକ ଅଧିବେଶନ ଓ କାଉନସିଲିଂ ବୈଠକ ରେ ବିଧାୟକ ଯୋଗଦାନ

IMG-20260410-WA0030
Share

 ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରା ପରିଷଦ ସାଧାରଣ ବୈଠକ ତଥା ବାର୍ଷିକ ଆର୍ଥିକ ଅଧିବେଶନ ଅଧ୍ୟକ୍ଷା ନିର୍ମଳା ସେଠୀ ଙ୍କ ନେତୃତ୍ଵ ରେ ଅନୁଷ୍ଟିତ ହୋଇଯାଇଛି । ସର୍ବ ପୁରାତନ ପୌର ପରିଷଦ ପାରଳା ସହର , ଯେତିକି ବିକାଶ ହେବା କଥା ସେଇ ପରିମାଣ ରେ ହୋଇନାହିଁ , ସେନେଇ ବିଧାୟକ ରୁପେଶ ପାଣିଗ୍ରାହୀ ସମସ୍ତ ସଭ୍ୟସଭ୍ୟା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ କି ସମସ୍ତ ଉନ୍ନତମାନ କାର୍ଯ୍ୟ କରିବା ପାଇଁ । ମୁଖ୍ୟତଃ ରାସ୍ତା, ନାଳ, ପିଇବା ପାଣି, ସ୍ବାସ୍ଥ୍ୟ ଉପରେ ଆଲଚନା ହୋଇଥିଲା , ବିଗତ ବୈଠକ ର ବିବରଣୀ ପାଠ କରିବା ସହ 2025 ମସିହା ର ଆର୍ଥିକ ବିବରଣୀ ଉପସ୍ଥାପନା କରାଯାଇଥିଲା ।ଏଇ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦର ଉପାଧ୍ୟକ୍ଷ ଲେଙ୍କା ମଧୁ, ସାଂସଦ ପ୍ରତିନିଧି ଆଦର୍ଶ ଦାସ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ

You may have missed